Categories: ଜାତୀୟ

କର୍ନାଟକ ନାଟକ: ସୁପ୍ରିମକୋର୍ଟ ଗଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୧୯।୭: କର୍ନାଟକ ସଙ୍କଟ ବେଳକୁ ବେଳ ନୂଆ ରୂପ ନେଉଛି। ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଚିଠି ଲେଖି ଜଣାଇବା ପରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି କୁମାରସ୍ବାମୀ। ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ସୁପ୍ରିମକୋର୍ଟ ଯାଇଛନ୍ତି। ରାଜ୍ୟପାଳ ଫ୍ଲୋର ଟେଷ୍ଟକୁ ନେଇ ନିର୍ଦ୍ଦେଶନାମା ଦେଇ ପାରିବେ ନାହିଁ ବୋଲି କୁମାରସ୍ବାମୀ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜ୍ୟପାଳ କହିଥିଲେ ତୁମେ ଆସ୍ଥା ଭୋଟରେ ହାରି ଯାଇଛ। ଖାଲି ଫ୍ଲୋର ଟେଷ୍ଟ ନାଟକ କରି ସମୟ ଗଡାଇ ଚାଲିଛ। ରାଜ୍ୟପାଳଙ୍କ ଏଭଳି ମନ୍ତବ୍ୟ କୁମାରସ୍ବାମୀଙ୍କୁ ଆଘାତ ଦେଇଥିବା ମଧ୍ୟ ସେ କହିଥିଲେ।

Share