Posted inଜାତୀୟ

କର୍ନାଟକ ନାଟକରେ ନୂଆମୋଡ଼: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବାଚସ୍ପତିଙ୍କୁ ଭେଟିଲେ ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୧ା୭(ପି.ଟି):  କର୍ନାଟକରେ ଚାଲିଥିବା ରାଜନୈତିକ ନାଟକରେ ନୂଆମୋଡ଼ ଆସିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ୧୦ ବିଦ୍ରୋହୀ ବିଧାୟକ ବାଚସ୍ପତି କେ.ଆର୍‌. ରମେଶଙ୍କୁ ବିଧାନସଭାସ୍ଥିତ ତାଙ୍କ ଚାମ୍ବରରେ ଭେଟିଛନ୍ତି। ମୁମ୍ବାଇରୁ ଫେରିବା ପରେ ସେମାନେ ବାଚସ୍ପତିଙ୍କୁ ବ୍ୟକ୍ତିଗତ ଭାବେ ଲିଖିତ ଆକାରରେ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି  ଗୁରୁବାର ଏନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ। ପରେ ବିଧାୟକଙ୍କ ମାମଲା ସହ ବାଚସ୍ପତିଙ୍କ ପକ୍ଷରୁ ଦାଏର ପିଟିଶନର ମଧ୍ୟ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି।
ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ ମୁମ୍ବାଇର ହୋଟେଲ ରେନେସାଁରେ ଥିବା ୧୦ ବିଦ୍ରୋହୀ ବିଧାୟକ ଦୁଇଟି ସ୍ବତନ୍ତ୍ର ବିମାନରେ ବେଙ୍ଗାଲୁରୁସ୍ଥିତ ଏଚ୍‌ଏଏଲ୍‌ ବିମାନବନ୍ଦରରେ ପହଞ୍ଚତ୍ଥିଲେ। ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନେ ବାଚସ୍ପତିଙ୍କ ଚାମ୍ବରରେ ହାଜର ହୋଇ ନିଜ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଅଦ୍ୟାବଧି ମୋଟ ୧୬ ବିଧାୟକ ଇସ୍ତଫା ଦେଇଥିବାବେଳେ ୧୧ ବିଧାୟକ ବାଚସ୍ପତିଙ୍କ ନିକଟରେ ପହଞ୍ଚତ୍ ନୂଆକରି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି ସନ୍ଧ୍ୟା ୭ଟାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଶାସକ ମେଣ୍ଟର ବିଧାୟକମାନଙ୍କ ଇସ୍ତଫା ସ୍ବେଚ୍ଛାକୃତ ଓ ଠିକ୍‌ କି ନୁହେଁ ତାହା ଯାଞ୍ଚ କରାଯିବ। ନିୟମାନୁସାରେ ଇସ୍ତଫାପତ୍ର ସମ୍ପୂର୍ଣ୍ଣ ଫର୍ମାଟରେ ହେବା ଉଚିତ। ଦୁର୍ଭାଗ୍ୟବଶତଃ ଗତ ସପ୍ତାହରେ ଚାମ୍ବରରେ ପହଞ୍ଚତ୍ଥିବା ୧୩ ଇସ୍ତଫାପତ୍ର ମଧ୍ୟରୁ ୮ଟି ଉପଯୁକ୍ତ ଫର୍ମାଟରେ ନ ଥିଲା। କର୍ନାଟକ ଆସେମ୍ଲି ରୁଲ୍ସ ଆଣ୍ଡ ପ୍ରୋସିଡ୍ୟୁରର ନିୟମ ୨୦୧ ଅନୁସାରେ ଯାଞ୍ଚ ପରେ ଏହା ଜଣାପଡ଼ିଥିଲା। ଏବେ ନୂଆ ଇସ୍ତଫା ଯାଞ୍ଚ କରି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବ। ସମ୍ବିଧାନର ନିୟମାନୁସାରେ ସବୁକିଛି ହେବ। ତରବରିଆ ଭାବେ କି ବିଜୁଳି ବେଗରେ କିଛି କରାଯିବ ନାହିଁ ବୋଲି ବାଚସ୍ପତି କେ.ଆର. ରମେଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ali Khamenei Dead: ଖାମେନେଇଙ୍କ ପରେ କିଏ? ରକ୍ତମୁଖା ହେଲା ଇରାନ

ତେହରାନ୍‌,୧।୩: ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ନିଶ୍ଚିତ ହୋଇଛି ଏବଂ ଇରାନରେ ଏକ ଜାତୀୟ…

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ମାର୍ଚ୍ଚରୁ ମେ’ ପ୍ରବଳ ଗରମ

ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ଖାମନେଇଙ୍କ ହତ୍ୟାକୁ ନେଇ ଟ୍ରମ୍ପ କଲେ ବଡ଼ ଘୋଷଣା, ବିଶ୍ୱରେ ଚହଳ

ତେହରାନ,୧।୩: ଇସ୍ରାଏଲ ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଖାମନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର…

ହତ୍ୟା ଦାବି ମଧ୍ୟରେ ଖାମନେଇଙ୍କ ପୋଷ୍ଟ, ଖଣ୍ଡା ନେଇ…

ତେହରାନ,୧।୩: ଆୟାତୋଲ୍ଲା ଅଲି ଖାମନେଇଙ୍କ ହତ୍ୟା ଦାବି ମଧ୍ୟରେ, ଇରାନର ସର୍ୱୋଚ୍ଚ ନେତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ପୟଗମ୍ୱର ଅଲିଙ୍କୁ ଉଦ୍ଧୃତ…

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri