Categories: ଜାତୀୟ

କର୍ନାଟକ କଂଗ୍ରେସକୁ ଲାଗିଲା ଝଟ୍‌କା: ଇସ୍ତଫା ଦେଲେ ବିଧାୟକ ଆନନ୍ଦ ସିଂ

ବେଲ୍ଲାରୀ,୧।୭: କଂଗ୍ରେସରେ ଇସ୍ତଫା ପର୍ବ ଚାଲିଥିବା ବେଳେ କର୍ନାଟକ ବେଲ୍ଲାରୀ ଜିଲା ବିଜୟନଗରର କଂଗ୍ରେସ ବିଧାୟକ ଆନନ୍ଦ ସିଂ ଇସ୍ତଫା ଦେଇଛନ୍ତି। ବିଧାନସଭା ଅଧ୍ୟକ୍ଷ କେଆର୍‌ ରମେଶ କୁମାରଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏବେ ଆଲୋଚନା ହେଉଛି କି କର୍ନାଟକ କଂଗ୍ରେସରେ ମଧ୍ୟ ଫାଟ ସୃଷ୍ଟି ହେଲାଣି। ତେବେ ଆନନ୍ଦଙ୍କ ପରେ ଆଉ ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଗୋଟିଏ ପଟେ କର୍ନାଟକ ମେଣ୍ଟ ସରକାରରେ ଚାଲୁଥିବା ବେଳେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆନନ୍ଦଙ୍କ ଇସ୍ତଫା ମେଣ୍ଟ ସରକାର ଉପରେ ପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଶୁଣିବାକୁ ମିଳିଛି କି ଆନନ୍ଦଙ୍କୁ ପୂର୍ବରୁ ମନ୍ତ୍ରୀପଦ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ତାହା ନ ମିଳିବାରୁ ସେ ଅଭିମାନରେ ଇସ୍ତଫା ଦେଇଛନ୍ତି।

Share