Categories: ଜାତୀୟ

କର୍ନାଟକର ପୂର୍ବତନ ମନ୍ତ୍ରୀ ବୈଜନାଥଙ୍କ ପରଲୋକ

ବେଙ୍ଗାଲୁରୁ,୨।୧୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ସମାଜସେବୀ ବୈଜନାଥ ପାଟିଲଙ୍କର ଶନିବାର ୮୨ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ସିଏମ୍‌ ରାମକ୍ରିଷ୍ଣ ହେଗେଡେଙ୍କ ମନ୍ତ୍ରୀମଣ୍ଡଳରେ ୧୯୮୪ରେ ସେ କୃଷିମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ସେହିପରି ୧୯୯୪ରେ ଏଚ୍‌. ଡି. ଦେବେଗୌଡାଙ୍କ କ୍ୟାବିନେଟରେ ସେ ଅର୍ବାନ ଡେଭଲପମେଣ୍ଟ ଦାୟିତ୍ୱରେ ଥିଲେ।

Share