Categories: ଜାତୀୟ

କର୍ନାଟକର ଆଉ ୫ କଂଗ୍ରେସ ବିଧାୟକ ଗଲେ ସୁପ୍ରିମକୋର୍ଟ

ବେଙ୍ଗାଲୁରୁ,୧୩।୭: କର୍ନାଟକର ମେଣ୍ଟ ସରକାର ସଙ୍କଟରେ ଥିବା ବେଳେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ରକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୂର୍ବରୁ କୋର୍ଟ ଏହି ମାମଲାରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ନେବାକୁ ବାଚସ୍ପତିଙ୍କୁ କହିଥିବା ବେଳେ ଶନିବାର ଆଉ ୫ ଅସନ୍ତୁଷ୍ଟ ବିଦ୍ରୋହୀ କଂଗ୍ରେସ ବିଧାୟକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଆନନ୍ଦ ସିଂ ଓ ରୋଶନ ବେଗ୍‌। ବାଚସ୍ପତି ଏମାନଙ୍କ ଇସ୍ତଫା ଗ୍ରହଣ ନ କରିବାରୁ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି।

Share