କର୍ତ୍ତବ୍ୟରେ ଅବହେଳା: ୨ ଶିକ୍ଷକଙ୍କ ଦରମା ବନ୍ଦ ଲାଗି ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆକ୍ସନ ମୁଡ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରହିଆସୁଛନ୍ତି। କେତେବେଳେ ଅଚାନକ ସ୍କୁଲ ଗସ୍ତ କରିବା ହେଉ ଅଥବା କେବେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଶନିବାର କର୍ତ୍ତବ୍ୟରେ ଅବହେଳା ଯୋଗୁ ୨ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜଗତ୍‌ସିଂହପୁର ଜିଲା ଅଧୀନ ଅରିଲୋ ସ୍କୁଲର ଶ୍ରୀରାମ ପରୁଆ ଓ ନଗରୀ ସ୍କୁଲର ଦୀପାଞ୍ଜଳି ସାମନ୍ତରାୟଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।