Categories: ବାଣିଜ୍ୟ

‘କରୋନା ସେ ଡରୋନା ଡିଜିଟାଲ କରୋନା’

ମୁମ୍ବାଇ,୨୩-୩: ମାରାତ୍ମକ କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ନୋଟ୍‌ ଗଣିବା କିମ୍ବା ଛଇଁବା ପରେ ହାତ ଧୋଇବାକୁ ଇଣ୍ଡିଆନ୍‌ ବ୍ୟାଙ୍କିଙ୍ଗ ଆସୋସିଏଶନ (ଆଇବିଏ) ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି। ଏହାବାଦ ବ୍ୟାଙ୍କ ଶାଖାକୁ ଯିବା ପରିବର୍ତ୍ତେ ମୋବାଇଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ଏବଂ ଅନ୍‌ଲାଇନ ପ୍ଲାଟଫର୍ମରେ ନେଣଦେଣ କରିବା ଲାଗି ସଂଘ ପକ୍ଷରୁ କୁହାଯାଇଛି। ବ୍ୟାଙ୍କ ଶାଖାରେ ଅଧିକ ଲୋକ ଭିଡ କମାଇବା ଫଳରେ ଏହା ଦ୍ୱାରା ବ୍ୟାଙ୍କ କର୍ମଚାରୀଙ୍କ ଉପରେ ମଧ୍ୟ ବିପଦ କମିଯିବ। ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ, ନୋଟ ଗଣିବା ଏବଂ ଫିଜିକାଲ ବ୍ୟାଙ୍କିଙ୍ଗ ପରେ ଅନ୍ତତଃ ପକ୍ଷେ ୨୦ ସେକେଣ୍ଡ ଲାଗି ହାତ ଧୋଇବାକୁ କୁହାଯାଇଛି। ଏହି ସମୟରେ ଆଇବିଏ ପକ୍ଷରୁ ‘କରୋନା ସେ ଡରୋନା ଡିଜିଟାଲ କରୋନା’ କ୍ୟାମ୍ପେନ ଆରମ୍ଭ କରାଯାଇଛି।ଏହା ଦ୍ୱାରା ନେଣଦେଶ ଲାଗି ନୋଟ ପରିବର୍ତ୍ତେ କ୍ରେଡିଟ, ଡେବିଟ କାର୍ଡ ବ୍ୟବହାର କରିବା ଲାଗି କୁହାଯାଇଛି। ଆଇବିଏର ମେମ୍ବର ବ୍ୟାଙ୍କଗୁଡିକ ନିରନ୍ତର ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବା ନେଇ କୁହାଯାଇଛି। ଅତି ଜରୁରୀ ନ ହେଲେ ବ୍ୟାଙ୍କ ଶାଖା ନ ଯିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ, ଇଲେକଟ୍ରୋନିକ୍‌ ପେମେଣ୍ଟ ଯଥା ଆର୍‌ଟିଜିଏସ୍‌ ଏବଂ ଏନ୍‌ଇଏଫ୍‌ଟି ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ଡିଜିଟାଲ ଚ୍ୟାନେଲଗୁଡିକ କିଭଳି ଅପଟୁଡେଟ ରହିବ ସେ ନେଇ ନିରନ୍ତର କାର୍ଯ୍ୟ କରୁଥିବା ଆଇବିଏ କହିଛି। ରୁଣ ନେବା କ୍ଷେତ୍ରରେ ମଧ୍ୟ ଡିଜିଟାଲ ପ୍ଲାଟଫର୍ମ ଗ୍ରହଣ କରିବାକୁ ପରାମର୍ଶ ରହିଛି।

Share