କରୋନା ସହ ଲଢିବାକୁ ୪୧ ଆଫ୍ରିକୀୟ ଦେଶରେ ରହିଛି ୨ ହଜାରରୁ କମ୍‌ ଭେଣ୍ଟିଲେଟର!

ଓ୍ବାକାଣ୍ଡା,୧୯।୪: କରୋନା ଭାଇରସ ଏବେ ଆଫ୍ରିକା ମହାଦେଶରେ ପ୍ରବେଶ କରିବା ଆରମ୍ଭ କରିଛି। ହେଲେ ସବୁଠାରୁ ଚିନ୍ତାର ବିଷୟ ଏହାର ଅନେକ ଦେଶରେ କରୋନା ସହ ଲଢିବାକୁ ଚିକିତ୍ସା ସୁବିଧା ନାହିଁ। ଏମିତିକି ପାଖାପାଖି ୪୧ ଆଫ୍ରିକୀୟ ଦେଶରେ ୨ ହଜାରରୁ କମ୍‌ ଭେଣ୍ଟିଲେଟର ରହିଥିବା କୁହାଯାଉଛି। ଆଉ ପ୍ରାାୟ ୧୦ ଦେଶରେ ଆଦୌ ଭେଣ୍ଟିଲେଟର ନାହିଁ। ଦକ୍ଷିଣ ସୁଦାନରେ ଯେତିକି ରାଷ୍ଟ୍ରପତି ରହିଛନ୍ତି ତାଠାରୁ କମ୍‌ ସଂଖ୍ୟାରେ ଭେଣ୍ଟିଲେଟର ରହିଛି ବୋଲି କୁହାଯାଉଛି। ୧କୋଟି ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସୁଦାନରେ ୫ ରାଷ୍ଟ୍ରପତି ରହିଛନ୍ତି ହେଲେ ଏଠାରେ ଭେଣ୍ଟିଲେଟର ସଂଖ୍ୟା ୪। ସେହିପରି ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକର ୫୦ ଲକ୍ଷ ଜନସଂଖ୍ୟାରେ ରହିଛି ୩ ଭେଣ୍ଟିଲେଟର। ତେଣୁ ଏହି ସଂଖ୍ୟାକୁ ଦେଖି ଆଫ୍ରିକୀୟ ଦେଶରେ କରୋନା ଚିକିତ୍ସାକୁ ନେଇ ଚିନ୍ତା ବଢି ଯାଇଛି। କେବଳ ସେତିକି ନୁହେଁ ଆଫ୍ରିକାର ଅଧିକାଂଶ ସ୍ଥାନରେ ସ୍ବଚ୍ଛ ପାନୀୟ ଜଳ ମିଳିବା ମଧ୍ୟ କଷ୍ଟକର ବ୍ୟାପାର। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ୪୧ ଆଫ୍ରିକୀୟ ଦେଶରେ ଆଇସିୟୁ ବେଡ୍‌ ସଂଖ୍ୟା ମଧ୍ୟ ୫ ହଜାରରୁ କମ୍‌ ରହିଛି। ୟୁରୋପୀୟ ଦେଶରେ ୧୦ ଲକ୍ଷ ଲୋକଙ୍କ ପାଇଁ ୪ ହଜାର ବେଡ୍‌ ଥିବା ବେଳେ ଆଫ୍ରିକୀୟ ଦେଶରେ ୧୦ ହଜାର ଲୋକଙ୍କ ପାଇଁ କେବଳ ୫ଟି ବେଡ୍‌ ରହିଥିବା କହିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଯଦି ଆଫ୍ରିକୀୟ ଦେଶରେ କରୋନା ପ୍ରବଶେ କରିବ ତେବେ ସେଠାରେ ଅତିକମରେ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ ବୋଲି ଅନୁମାନ କରାଯାଇଛି। ଯଦି ସଂକ୍ରମଣକୁ ରୋକାଯାଇ ନ ପାରିଲା ତେବେ ପାଖାପାଖି ୩୩ ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ମିଳିଥିବା ସୂଚନାରୁ ଜଣାପଡିଛି କି ଏପର୍ଯ୍ୟନ୍ତ ଆଫ୍ରିକାର କିଛି ଦେଶକୁ ଲକ୍‌ ଡାଉନ କରି ଦିଆଯାଇଥିବାରୁ ସେଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ହୋଇପାରିନାହିଁ।

Share