କରୋନା ସହ ଲଢିବାକୁ ବାର୍ତ୍ତା ଦେଉଛି ଶିଶୁ

କୋଲକାତା,୧୩।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଡରାଇ ଦେଇଛି। ଆମେରିକା ଭଳି ବିକାଶଶୀଳ ଦେଶ ଏବେ କରୋନା କବଳରେ ପଡି ଛଟପଟ ହେଉଥିବା ବେଳେ ଇଟାଲୀ ମଧ୍ୟ କରୋନା ଆଗରେ ନିଜର ଅସହାୟତା ଦେଖାଇଛି। ହେଲେ ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା କରୋନା ସହ ଲଢିବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେଉଛି ବୋଲି କୁହାଯାଉଛି। ଭାରତରେ କରୋନା ସହ ଲଢିବାକୁ ହେଲେ ସୋସିଆଲ ଡିଷ୍ଟାନିସିଂକୁ ଗୁରୁତ୍ୱ ଦିଆଯାଉଛି। କେତେକ ସ୍ଥଳରେ ଏହାକୁ ଲୋକେ ବେଖାତିର କରୁଥିବା ବେଳେ ଏବେ କିନ୍ତୁ ଏମିତି କିଛି ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ସ୍ଥାନରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଥିବା ବେଳେ ଦେଖିବାକୁ ମିଳିଛି କିଛି ଦୃଶ୍ୟ। କୋଲକତାରେ ଜଣେ ଶିଶୁ ଖାଦ୍ୟ ପାଇଁ ଲାଇନରେ ଠିଆ ହୋଇଥିବା ବେଳେ ବର୍ଷା ସତ୍ତ୍ୱେ ମଧ୍ୟ ସେ କେମିତି ସୋସିଆଲ ଡିଷ୍ଟାନସିଂକୁ ଭାଙ୍ଗୁ ନାହିଁ ତାହା ଦେଖିବାକୁ ମିଳିଛି। ଗୋଟିଏ ହାତରେ ଗିନା ଥିବା ବେଳେ ବର୍ଷାରୁ ରକ୍ଷା ପାଇବାକୁ ଅନ୍ୟ ହାତରେ ଥାଳିଟିକୁ ସିନା ମୁଣ୍ଡରେ ଢାଙ୍କି ଦେଇଛି ହେଲେ ଶିଶୁଟି ସୋସିଆଲ ଡିଷ୍ଟାନସିଂକୁ ଭାଙ୍ଗୁ ନାହିଁ। ସେମିତି ଆଉ ୨ଟି ଶିଶୁ ଖାଦ୍ୟ ପାଇଁ ଲାଇନରେ ଅପେକ୍ଷା ରଖିଥିବା ଦେଖାଯାଇଛି।

Share