କରୋନା ସହ ଲଢିବାକୁ ପୁଣି ସହାୟତାର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସକୁ ହରାଇବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। ଏପରି ସ୍ଥଳେ ବଲିଉଡ୍‌ ମଧ୍ୟ ସର୍ବଦା ଆଗେଇ ଆସିଛି। ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ପୂର୍ବରୁ କରୋନା ସହ ଲଢିବାକୁ ସହାୟତାର ହାତ ବଢାଇଥିବା ବେଳେ ଏବେ ପୁଣିଥରେ ସେ ଆଗକୁ ଆସିଛନ୍ତି। କୋଭିଡ-୧୯ ମହାମାରୀ ବିରୋଧରେ ଲଢିବାକୁ ପର୍ସନାଲ ପ୍ରୋଟେକଟିଭ୍‌ ଇକ୍ୟୁପମେଣ୍ଟ(ପିପିଇ)ମାସ୍କ ଓ ର଼୍ୟାପିଡ ଟେଷ୍ଟିଙ୍ଗ କିଟ୍‌ ପ୍ରସ୍ତୁତ କରିବାକୁ ବୃହାନମୁମ୍ବାଇ ନଗର ନିଗମ(ବିଏମ୍‌ସି)କୁ ଅକ୍ଷୟ ୩ କୋଟି ଟଙ୍କା ସହାୟତା ଯୋଗାଇ ଦେଇଥିବା ଜଣାପଡିଛି। କରୋନା ଭାଇରସ ସହାୟତା ପାଇଁ ପୂର୍ବରୁ ଅକ୍ଷୟ ପିଏମ୍‌ କେୟାର୍ସ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରିଥିଲେ। କରୋନା ସହ ଲଢୁଥିବା ମୁମ୍ବାଇ ପୋଲିସ ଓ ବିଏମ୍‌ସିକୁ ପୂର୍ବରୁ ଅକ୍ଷୟ ଟୁଇଟ୍‌ କରି ଶୁଭେଚ୍ଛା ଓ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

Share