କରୋନା ସହିତ ଲଢ଼େଇ ପାଇଁ ଭାରତର ପ୍ରସ୍ତୁତି: ପାଖରେ ରହିଛି ଶହେ କୋଟି ମାସ୍କ୍‌-ଦେଢ଼କୋଟି ପିପିଇ କିଟ୍‌

ନୂଆଦିଲ୍ଲୀ ,୭।୪: କରୋନା ସହିତ ଲମ୍ବା ଲଢ଼େଇ ଲାଗି ଭାରତ ପ୍ରସ୍ତୁତ ହେବାରେ ଲାଗିଛି। ଦେଶରେ ଏବେ ଶହେକୋଟି ପାଖାପାଖି ଏନ୍‌-୯୫ ମାସ୍କ୍‌ ଥିବା ବେଳେ ଦେଢ଼କୋଟିରୁ ଅଧିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) କିଟ୍‌ ମହଜୁଦ୍‌ ରହିଛି। ଏସବୁକୁ ନର୍ସ ଏବଂ ଡାକ୍ତରଙ୍କ ପାଇଁ ଅଲଗା ରଖାଯାଇଛି। ଏହାସହିତ ୧,୧୨,୭୬ ୦୦୦ ଏନ୍‌-୯୫ ମାସ୍କ୍‌ ଏବଂ ୧,୫୭,୩୨୦୦୦ ପିପିଇ କିଟ୍‌ ଲାଗି ଅର୍ଡର ଦିଆଯାଇଛି। ଖୁବ୍‌ ଏହା ଭାରତକୁ ଆସିବ ବୋଲି କୁହାଯାଉଛି। ପ୍ରତି ସପ୍ତାହରେ ୧୦ ଲକ୍ଷ ପିପିଇ କିଟ୍‌ ଆମଦାନୀ କରିବା ଲକ୍ଷ୍ୟ ନେଇ କାର୍ଯ୍ୟଧାରା ଜାରି ରହିଥିବା କୁହାଯାଉଛି। ଚାଇନାର ପିପିଇ କିଟ୍‌ର ପ୍ରଥମ ଅର୍ଡର ପହଞ୍ଚି ସାରିଥିବାବେଳେ ଆସନତା ସପ୍ତାହରେ ସିଙ୍ଗାପୁରରୁ କେତେକ ଉପକରଣ ଆସିବାର ଆଶା ରହିଛି। ସେହିପରି ଦେଶରେ ପ୍ରତିଦିନ ୮୦ ହଜାର ମାସ୍କ୍‌ ତିଆରି ଲକ୍ଷ୍ୟ ରଖାଯାଇଛି।

Share