କରୋନା ସହାୟତା: ୯୦ ମିଲିୟନ ୟୁରୋ ପ୍ରଦାନ କରିବେ ରୋନାଲ୍ଡୋ, ଜୁଭେଣ୍ଟସ୍‌

ରୋମ, ୨୯।୩(ଏ.ପି.): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରୀଷ୍ଟିଆନୋ ରୋନାଲ୍ଡୋ, କୋଚ୍‌ ମାଉରିଜିଓ ସାରିଙ୍କ ସମେତ ତାଙ୍କ କ୍ଲବ ଜୁଭେଣ୍ଟସର ଅନ୍ୟ ସଦସ୍ୟମାନେ କରୋନା ବିପତ୍ତି ପାଇଁ ୯୦ ମିଲିୟନ ୟୁରୋ ବା ୧୦୦ ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ବିପତ୍ତି ସମସୟରେ କ୍ଲବ୍‌ର ସହାୟତା ପାଇଁ ଏମାନେ ଏହି ବିପୁଳ ଅର୍ଥ ପ୍ରଦାନ କରିବେ ବୋଲି କୁହାଯାଇଛି। ଏମାନେ ୪ ମାସ ଅର୍ଥାତ୍‌ ବର୍ଷକର ଏକ ତୃତୀୟାଂଶ ଦରମା ପ୍ରଦାନ କରିବେ। ଏ ଦୃଷ୍ଟିରୁ ଦେଖିବାକୁ ଗଲେ ରୋନାଲ୍ଡୋ ୧୦ ମିଲିୟନ ୟୁରୋ ବା ୧୧ ମିଲିୟନ ଅମେରିକୀୟ ଡଲାର ପ୍ରଦାନ କରିବେ।
ଉଲ୍ଲେଖଥାଉ କି, ସିରିଜ୍‌-ଏ’ରେ ଏହି ଇଟାଲୀୟ କ୍ଲବ ଜୁଭେଣ୍ଟସ ରେକର୍ଡ ନବମଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ପଏଣ୍ଟ ତାଲିକାରେ ଜୁଭେଣ୍ଟସ୍‌ ଶୀର୍ଷରେ ରହିଛି। ଲାଜିଓ ଗୋଟିଏ ପଏଣ୍ଟ କମ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। କଷ୍ଟକର ସମୟରେ ଏହି ବଦାନ୍ୟତା ପାଇଁ ଜୁଭେଣ୍ଟସ ରୋନାଲ୍ଡୋଙ୍କ ସମେତ କୋଚ୍‌ ଓ ଅନ୍ୟ ଖେଳାଳିମାନଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି। କରୋନା ଭାଇରସ ପାଇଁ ଇଟାଲୀରେ ଜାତୀୟ ବିପତ୍ତି ସୃଷ୍ଟି ହୋଇଛି। ଜୁଭେଣ୍ଟସ ଖେଳାଳି ଯଥା ଡାନିଏଲେ ରୁଗାନି, ବ୍ଲେଇସ୍‌ ମାଟୁଇଡି ଓ ପାଉଲୋ ଡିବାଲା କାରେନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଇଟାଲୀରେ ମୋଟ ଉପରେ ୧ ଲକ୍ଷ ଲୋକ କୋଭିଡି- ୧୯ରେ ଆକ୍ରାନ୍ତ ହୋଇଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଇଟାଲୀ ଚାଇନାକୁ ମଧ୍ୟ ପଛରେ ପକାଇଛି। ଚଳିତମାସ ପ୍ରାରମ୍ଭରେ ଜୁଭେଣ୍ଟସ କ୍ଲବକୁ ନିୟନ୍ତ୍ରଣ କରୁଥିବା ଇଟାଲୀର ଶିଳ୍ପପତ୍ତି ପରିବାର ଆଗ୍ନେଲି ପରିବାର ଦେଶର ସିଭିଲ ପ୍ରୋଟେକ୍ସନ ଏଜେନ୍ସିକୁ ୧୦ ମିଲିୟନ ୟୁରୋ ପ୍ରଦାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri