Categories: ଖେଳ

କରୋନା ସହାୟତା: ଏକ ଲକ୍ଷ ଟଙ୍କା ଦେଲା ବେଙ୍ଗଲ ଟେନିସ ଆସୋସିଏଶନ

କୋଲକାତା, ୩୦।୩ (ପି.ଟି.)- କୋଭିଡ-୧୯ ମୁକାବିଲା ପାଇଁ ସ୍ଥାନୀୟ ବେଙ୍ଗଲ ଟେନିସ ଆସୋସିଏଶନ (ବିଟିଏ) ସୋମବାର ୧ ଲକ୍ଷ ଟଙ୍କା ଦାନ କରିଛି। ବେଙ୍ଗଲ ଅଲିମ୍ପିକ୍‌ ଆସୋସିଏଶନ ମାଧ୍ୟମରେ ଆସୋସିଏଶନ ଏହି ଅର୍ଥ ଦାନ କରିଛି ବୋଲି ବିଟିଏ ସମ୍ପାଦକ ମିହିର ମିତ୍ର କହିଛନ୍ତି। ପୂର୍ବରୁ କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲ (ସିଏବି) ୨୫ ଲକ୍ଷ ଟଙ୍କା ଦାନ କରିଛି। ସେହିପରି ଆଇ- ଲିଗ୍‌ ଚାମ୍ପିୟନ ମୋହନ ବାଗାନ ମଧ୍ୟ ୨୦ ଲକ୍ଷ ଟଙ୍କା ରାଜ୍ୟ ରିଲିଫ ଫଣ୍ଡକୁ ଦାନ କରିଥିଲା।

Share