୬୦ ଶ୍ରମିକଙ୍କୁ ଅଟକାଇଲା ହାତୀବାରୀ ପୋଲିସ

ରାଉରକେଲା/ନୂଆଗଁ।,୧ା୪: ସୁନ୍ଦରଗଡ ଜିଲା ହାତୀବାରୀ ଥାନା ସମ୍ମୁଖରେ ବୁଧବାର ବିଶାଖାପାଟଣାରୁ ଫେରୁଥିବା ୬୦ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି। ଏମାନେ ସମସ୍ତେ ଝାରଖଣ୍ଡ ରାଜ୍ୟ କାନପୁର ଅଞ୍ଚଳର ହୋଇଥିବା ବେଳେ ଏଲଏଣ୍ଡଟି କମ୍ପାନୀରେ କାମ କରୁଥିବା ପ୍ରକାଶ କରିଛନ୍ତି। ଗତ ସୋମବାର ଏମାନେ ଏକ ଟ୍ରକ ଯୋଗେ ଓଡିଶା ସୀମା ଦେଇ ଝାରଖଣ୍ଡ ଫେରୁଥିଲେ। ବୁଧବାର ଭୋର ସମୟରେ ହାତୀବାରୀ ପୋଲିସ ଡୂ୍ୟଟିରେ ଥିବା ବେଳେ ଏହି ଶ୍ରମିକ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଟ୍ରକ ଚାଳକ ଧରାପଡିବା ଭୟରେ ଏମାନଙ୍କୁ ଥାନାଠାରୁ କିଛି ଦୂରରେ ଛାଡି ଚାଲି ଯାଇଥିଲା। ଅଟକ ଶ୍ରମିକଙ୍କ ନୁଆଗଁ। ବିଡିଓ ମାଧବ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅଟକ ଶ୍ରମିକଙ୍କୁ ପୁରୁଣାପାଣି ହାଇସ୍କୁଲରେ ରଖାଯାଇଛି। ତେବେ ସୂଦୁର ବିଶାଖାପାଟନାରୁ ବିନା ଯାଞ୍ଚରେ ଏହି ଶ୍ରମିକମାନେ କିପରି ଏତେ ବାଟ ଆସିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମାନଙ୍କୁ ଆବଶ୍ୟକ ଯାଞ୍ଚପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।