କରୋନା ସତର୍କତାକୁ ନେଇ ଶେରଗଡ଼ ତହସିଲଦାରଙ୍କ ଚଢ଼ାଉ: ଗାଡି ସଫା ରଖିବାକୁ ଦେଲେ ନିର୍ଦ୍ଦେଶ

ଶେରଗଡ଼,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଥିବା ଜଗନ୍ନାଥ ମନ୍ଦିର, ଶୀତଲା, ହରୀକୃଷ୍ଣପୁରର ଜୟଚଣ୍ଡୀ, ରାମଚଣ୍ଡୀ ମନ୍ଦିର ଆଦି ଶୈବ ପୀଠରେ ବୁଧବାର ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା ପହଞ୍ଚି ଚଢ଼ାଉ କରିଛନ୍ତି। ଗହଳିକୁ ପ୍ରଶୟ ଦିଆଯିବ ନାହିଁ। କେବଳ କେତେଜଣ ସେବାୟତ ରହି ପୂଜାର୍ଚ୍ଚନା ପରେ ମନ୍ଦିରକୁ ବନ୍ଦ କରିବାକୁ ବୋଲି ନିର୍ଦ୍ଦେଶ ଦେଇଥିଲେ। ମନ୍ଦିର ଆଗରେ ଗହଳି ନ କରିବାରେ ସେ ଲୋକଙ୍କୁ ତାଗିତ୍‌ କରିଥିଲେ। ପରେ ଶେରଗଡ଼କୁ ଆସୁଥିବା ସମସ୍ତ ବସ୍‌କୁ ଯାଞ୍ଚ କରିଥିଲେ। ଶେରଗଡ଼ ଚାରିଛକ, କାଳିଆ ହୋତଲ ଛକ, କାଟୁ ଛକ, ଦିଗପହଣ୍ଡି ଯିବା ଛକରେ ଥିବା ବସ୍‌ରେ ପଶି ଠିଆ ହୋଇ ଯାତାୟାତ ନ କରିବାକୁ କହିଥିଲେ। ଗାଡ଼ିକୁ ସଫା ରଖିବାକୁ କର୍ମଚାରୀଙ୍କୁ କହିବା ସହ ଯାତ୍ରୀମାନେ ଯେପରି ସୁରକ୍ଷିତ ଭାବେ ଯାତ୍ରା କରିବେ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।