କରୋନା ସଚେତନତା: ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ସ୍ବାସ୍ଥ୍ୟ ଏବଂ କୋଭିଡ-୧୯ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ। ମାତ୍ର ଅନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ମହାମାରୀ ରୋଗ ଆଇନ ୧୯୯୭ ଏବଂ ଓଡ଼ିଶା କୋଭିଡ-୧୯ ରେଗୁଲେଶନ ୨୦୨୦ କରୋନା ଭୂତାଣୁ ପ୍ରତିରୋଧ ବ୍ୟବସ୍ଥା ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି ଏ ନେଇ କୌଣସି ସନ୍ଦେହ ରହିବ ତେବେ ରାଜ୍ୟ ସରକାର ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ ବୋଲି କୁହାଯାଇଛି।