କରୋନା ସଙ୍କଟ: ୪୦,୦୦୦ କଏଦୀଙ୍କୁ ମିଳିଛି ଅସ୍ଥାୟୀ ଜାମିନ

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ଦେଶର ବିଭିନ୍ନ ଜେଲରେ ରହିଥିବା କଏଦୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ
ମୁକ୍ତ କରିବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁସାରେ ଇତିମଧ୍ୟରେ କେତେକ ରାଜ୍ୟ ସରକାରଙ୍କ ପକ୍ଷରୁ ୪୦,୦୦୦ କଏଦୀଙ୍କୁ ଅସ୍ଥାୟୀ ଜାମିନ ଦିଆଯାଇଛି। ମହାରାଷ୍ଟ୍ରରେ ୭,୨୦୦ ଜଣ କଏଦୀଙ୍କୁ ଅସ୍ଥାୟୀ ଜାମିନ ମିଳିଥିବାବେଳେ ଖୁବ୍‌ ଶୀଘ୍ର ଅନ୍ୟ ୧୦,୦୦୦ଙ୍କୁ ଜାମିନ୍‌ ମିଳିବ। ମଧ୍ୟପ୍ରଦେଶର ୬,୫୦୦ଜଣ ଏବଂ ପଞ୍ଜାବରେ ୧୦,୦୦୦ କଏଦୀଙ୍କୁ ଜାମିନ ମିଳିଛି। ସେହିପରି ତାମିଲନାଡୁର ୬,୦୦୦,ପଶ୍ଚିମବଙ୍ଗର ୩,୦୦୦, ଗୁଜରାଟର ୨,୫୦୦, ଆସାମରେ ୩,୫୦୦, ଛତିଶଗଡ଼ରେ ୩,୪୧୮ ଏବଂ ଗୋଆରେ ୪୪ ଜଣ କଏଦୀଙ୍କ ଜାମିନ୍‌ ମଞ୍ଜୁର ହେବା ପରେ ତାଙ୍କୁ ମୁକ୍ତ କରାଯାଇଛି।

Share