Categories: ଖେଳ

କରୋନା ସଙ୍କଟ ମଧ୍ୟରେ ଆଇପିଏଲ୍‌କୁ ନେଇ ବଡ଼ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୬।୪: ଭାରତରେ ବଢୁଥିବା କରୋନା ସଙ୍କଟ ମଧ୍ୟରେ ଆଇପିଏଲ ୨୦୨୧ର ସୁରକ୍ଷିତ ବାୟୋ ବବୁଲରେ ଖେଳାଳିଙ୍କୁ ଚିନ୍ତାରେ ପକାଇଛି। ଭାରତର ଅଭିଜ୍ଞ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବ୍ୟତୀତ କିଛି ଅଷ୍ଟ୍ରେଲୀୟ ଖେଳାଳି ମଧ୍ୟଭାଗରେ ଲିଗ ଛାଡିଛନ୍ତି। କିନ୍ତୁ ଖେଳ ଜାରି ରହିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ଆର ଅଶ୍ୱିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବା ପରେ ଟୁଇଟ୍‌ କରି ଏହି ସିଜିନର ଆଇପିଏଲରୁ ବିରତି ନେଉଥିବା କହିଛନ୍ତି। ଭାରତରେ କରୋନା ମାମଲା ବୃଦ୍ଧି ହେତୁ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଆଣ୍ଡ୍ରିୟୁ ଟାଇ ଆଇପିଏଲ ମଧ୍ୟଭାଗରୁ ବିଦାୟ ନେଇଛନ୍ତି। ଅଷ୍ଟ୍ରେଲିଆରୁ ଅନେକ କ୍ରିକେଟର ଏହି ନିଷ୍ପତ୍ତି ନେଇପାରିବେ ବୋଲି ଦାବି କରାଯାଉଛି। ଏଥି ସହିତ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କେନ ରିଚାର୍ଡସନ ଏବଂ ଆଦାମ ଜାମ୍ପା ମଧ୍ୟ ବ୍ୟକ୍ତିଗତ କାରଣରୁ ଲିଗ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସତ୍ତ୍ୱେ ଲିଗ ଜାରି ରହିବ ବୋଲି ବିସିସିଆଇ କହିଛି। ଜଣେ ଅଧିକାରୀ କହିଛନ୍ତି, ଆଇପିଏଲ ଜାରି ରହିବ। ଯଦି କେହି ବିଦାୟ ନେବାକୁ ଚାହାଁନ୍ତି, ତା’ହେଲେ ଏଥିରେ କୌଣସି କ୍ଷତି ହେବ ନାହିଁ।

Share