Posted inଜାତୀୟ

କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪: ପର୍ଯ୍ୟବେକ୍ଷଣରେ ୩୫ ହଜାର ସନ୍ଦିଗ୍ଧ

ନୂଆଦିଲ୍ଲୀ,୧୩।୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକ ସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ସଦସ୍ୟମାନଙ୍କ ସହଯୋଗ ଲୋଡ଼ିଥିଲେ। ଏମ୍‌ପିମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଚେତନତା ବଢ଼ାଇବାକୁ ସେ ଅନୁରୋଧ କରିଥିଲେ। କେବଳ ବିମାନବନ୍ଦରରେ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି ତାହା ନୁହେଁ, ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଏକାଧିକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଥିଲେ। ୩୫,୦୦୦ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବାବେଳେ ରାଜ୍ୟ ସରକାରମାନଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିରନ୍ତର ଯୋଗାଯୋଗରେ ରହିଛି। ୩୦ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ଉପଯୁକ୍ତ ଭାବେ ଯାଞ୍ଚ କରାଯାଉଛି। ତେଣୁ ଯାଞ୍ଚକୁ ନେଇ ସନ୍ଦେହ କରିବାର କିଛି କାରଣ ନାହିଁ ବୋଲି ହର୍ଷବର୍ଦ୍ଧନ କହିଥିଲେ। କରୋନା ପରୀକ୍ଷା ପାଇଁ ୫୧ଟି ଲାବ୍‌ ଓ ୫୬ଟି ସଂଗ୍ରହ କେନ୍ଦ୍ର ନିୟୋଜିତ ରହିଛନ୍ତି। ଏହା ବ୍ୟତୀତ ୧୦୦ଟି ସମନ୍ବୟ କେନ୍ଦ୍ର କାର୍ଯ୍ୟ କରୁଥିବା ମନ୍ତ୍ରୀ କହିଥିଲେ। କରୋନା ଯାଞ୍ଚ ଲାଗି ପାର୍ଲାମେଣ୍ଟ ଭବନରେ ଥର୍ମାଲ ଇମେଜିଂ କ୍ୟାମେରା ଲଗାଇବାକୁ ବିଜେଡି ସଦସ୍ୟ ପିନାକୀ ମିଶ୍ର ଦାବି କରିଥିଲେ। ସେ କହିଥିଲେ ଇରାନ ପାର୍ଲାମେଣ୍ଟର କେତେଜଣ ସଦସ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି। ତେଣୁ ପାର୍ଲାମେଣ୍ଟରେ ଥର୍ମାଲ ଇମେଜିଂ କ୍ୟାମେରା ଲଗାଇବାକୁ ସେ ଅନୁରୋଧ କରିଥିଲେ।
ଗୁରୁବାର ମହାରାଷ୍ଟ୍ରରେ ୯ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀ, ଲଦାଖ, ଉତ୍ତରପ୍ରଦେଶରେ ଜଣେ ଲେଖାଏ ସଂକ୍ରମିତ ହୋଇଛନ୍ତି। ଏଥିସହିତ ଜଣେ ବିଦେଶୀ ମଧ୍ୟ ଭୂତାଣୁ ସଂକ୍ରମିତ ଥିବା ଜଣାପଡ଼ିଛି। ଫଳରେ ଭାରତରେ କରୋନା ରୋଗୀସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୬ ଜଣଙ୍କଠାରେ କରୋନା ପଜିଟିଭ୍‌ ଜଣାପଡ଼ିଥିବାବେଳେ ଉତ୍ତରପ୍ରଦେଶରେ ୧୦, କର୍ନାଟକରେ ୪, ମହାରାଷ୍ଟ୍ରରେ ୧୧, ଲଦାଖରେ ୩, ରାଜସ୍ଥାନ, ତେଲଙ୍ଗାନା, ତାମିଲନାଡୁ, ଜମ୍ମୁ-କଶ୍ମୀର ଓ ପଞ୍ଜାବରେ ଜଣେ ଲେଖାଏ ଭୂତାଣୁ ସଂକ୍ରମିତ ହୋଇଛନ୍ତି। କେରଳରେ ସର୍ବାଧିକ ୧୭ ରୋଗୀଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ବ୍ୟତୀତ ୧୭ ବିଦେଶୀ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri