କରୋନା ସଂକ୍ରମଣ ସମୟରେ ଶାରୀରିକ ସମ୍ପର୍କ କେତେ ସୁରକ୍ଷିତ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। କେହିକେହି ଏହା ମଶାଦ୍ୱାରା ବ୍ୟାପୁଥିବା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଅପରପକ୍ଷରେ କେତେକ ଏହା ଶାରୀରିକ ସମ୍ପର୍କ ଦ୍ୱାରା ଜଣଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମିତ ହେଉଥିବା କହି ଲୋକଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି କରୁଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଶଙ୍କା ଏବଂ ଆଶଙ୍କା ବଢ଼ିବାରେ ଲାଗିଛି। ତେବେ ପ୍ରକୃତ ପକ୍ଷେ କରୋନା କେବେ ମଧ୍ୟ ଶାରୀରିକ ସମ୍ପର୍କ ଦ୍ୱାରା ବ୍ୟାପେ ନାହିଁ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ମାତ୍ର ଯଦି ସାଥୀଙ୍କୁ କରୋନା ସଂକ୍ରମଣ ହୋଇଛି ତେବେ ଏପରିସ୍ଥଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରକ୍ଷା କରିବା ଅନୁଚିତ। କରୋନା ଭୂତାଣୁ ଲାଳଦ୍ୱାରା ମଧ୍ୟ ସଂକ୍ରମଣ ହୋଇପାରେ। ତେଣୁ ସଂକ୍ରମିତ ବ୍ୟକ୍ତି ତାଙ୍କ ସାଥୀ ଅବା ପ୍ରିୟପରିଜନଙ୍କୁ ଆଲିଙ୍ଗନ କିମ୍ବା ଚୁମ୍ବନ ଦେବାଠାରୁ ଦୂରେଇ ରହିଲେ ସଂକ୍ରମଣର ଆଶଙ୍କା ଦୂର ହୋଇଥାଏ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

Share