କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୨୨ ଜଣଙ୍କ ମୃତ୍ୟୁ

ମୁମ୍ବାଇ,୪।୬: କରୋନା ସଂକ୍ରମଣ ମହାରାଷ୍ଟ୍ର ପାଇଁ ଏବେ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଗୋଟିଏ ଦିନରେ ୧୨୨ ଜଣଙ୍କ ମୃତ୍ୟୁ ଏବେ ମହାରାଷ୍ଟ୍ର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ଏବେ ରାଜ୍ୟରେ ମୋଟ ୨,୫୮୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢି ଚାଲିଥିବା ବେଳେ ଏବେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪,୮୬୦ରେ ପହଞ୍ଚିଲାଣି। ଏପର୍ଯ୍ୟନ୍ତ ମୁମ୍ବାଇରେ ସର୍ବାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୫,୮୧୫ ଛୁଇଁ ସାରିଲାଣି।

Share