କରୋନା ସଂକ୍ରମଣ: ଜୁନ୍‌ ଶେଷ ବେଳକୁ ରାଜଧାନୀରେ ସ୍ଥିତି ହେବ ଅଣାୟତ!

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ବେଳକୁ ବେଳ ସ୍ଥିତି ଅଣାୟତ ହେବାରେ ଲାଗିଛି। ମହାରାଷ୍ଟ୍ର ଓ ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟାରେ ବହୁ ପରିମାଣରେ ବୃଦ୍ଧି ଘଟୁଛି। ଏହାକୁ ଦେଖିବା ପରେ ଅନୁମାନ କରାଯାଉଛି କି ଜୁନ୍‌ ମାସ ଶେଷ ବେଳକୁ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଯାଇପାରେ। ଏକଥା କହୁଛି ଦିଲ୍ଲୀ ସରକାରଙ୍କଦ୍ୱାରା ଗଠନ କରାଯାଇଥିବା କୋଭିଡ-୧୯ କମିଟି। ତେଣୁ ଏହାକୁ ନଜରରେ ରଖି ଏହି କମିଟି ଦିଲ୍ଲୀ ସରକାରଙ୍କୁ ଆଉ ୧୫,୦୦୦ ବେଡ୍‌ ପ୍ରସ୍ତୁତ ରଖିବାକୁ କହିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇର ଏକ ରିପୋର୍ଟରେ ମଧ୍ୟ କୁହାଯାଇଛି ୧୫ ଜୁଲାଇ ବେଳକୁ ରାଜଧାନୀ ଦିଲ୍ଲୀରେ ୪୨,୦୦୦ ବେଡ୍‌ର ଆବଶ୍ୟକତା ପଡିପାରେ।

Share