କରୋନା ସଂକ୍ରମଣ କମ୍‌ କରେ ଗଗର୍ଲିଂ

କରୋନା ସଂକ୍ରମଣକୁ ରୋକିବା ଓ ଏହାର ପ୍ରତିଶେଧକ ଟିକା ଲାଗି ବିଶ୍ୱର ବୈଜ୍ଞାନିକ ଗବେଷଣା କରୁଛନ୍ତି। ଏହାର ଟିକା ତିଆରିରେ ଅନେକ ସକାରାତ୍ମକ ଫଳାଫଳ ମିଳିଛି। ଅନ୍ୟପଟେ କେତେକ କମ୍ପାନୀ ଏହାର ଔଷଧ ତିଆରି ପାଇଁ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ସମୟରେ ଅନେକ ପଜିଟିଭ୍‌ ସ୍ବାସ୍ଥ୍ୟ ହୋଇ ଘରକୁ ଫେରୁଇବା ବେଳେ ଘରୋଇ ଉପଚାର କରାଯାଉଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମୟ ସମୟରେ ପରାମର୍ଶ ମଧ୍ୟ ଦେଉଛି। ଲୋକମାନେ କରୋନାକୁ ଏଡାଇବା ପାଇଁ ବିଭିନ୍ନ ଘରୋଇ ଉପଚାର ଗ୍ରହଣ କରୁଛନ୍ତି । ଲୋକେ କରୋନାକୁ ଏଡାଇବା ପାଇଁ ବିଭିନ୍ନ ଘରୋଇ ଉପଚାର ଗ୍ରହଣ କରୁଛନ୍ତି । ଲୁଣ ପାଣିରେ ଗଗର୍ଲିଂ କରିବା ଏଥି ମଧ୍ୟରୁ ଅନ୍ୟତମ। ବ୍ରିଟେନର ଗବେଷକମାନେ ମଧ୍ୟ ଏକ ଗବେଷଣା ଅଧ୍ୟୟନରେ ଏହା ନିଶ୍ଚିତ କରିଛନ୍ତି।

ବ୍ରିଟେନର ଏଡିନବର୍ଗ ବିଶ୍ୱବିଦ୍ୟାଳୟର ଏହାକୁ ନେଇ ଗବେଷଣା କରାଯାଇଛି। ଗବେଷକଙ୍କ କହିବା ଅନୁଯାୟୀ ଲୁଣ ପାଣିରେ ଗଗର୍ଲିଂ କରୋନା ସଂକ୍ରମଣର ଲକ୍ଷଣକୁ ବହୁ ମାତ୍ରାରେ ହ୍ରାସ କରିପାରେ। ଏହା ସହିତ କୋଭିଡ ସଂକ୍ରମଣ ମଧ୍ୟ କମ୍‌ ହୋଇଥାଏ।

ବ୍ରିଟେନର ଗବେଷକ ମାନେ ୬୬ କରୋନା ସଂକ୍ରମିତ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରିଛନ୍ତି। ଗବେଷକମାନେ ୧୨ ଦିନ ଧରି ଏହି ଅଧ୍ୟୟନ କରିଥିଲେ। ଏହି ୬୬ ରୋଗୀଙ୍କୁ ଚିକିତ୍ସା ସହିତ ଉଷୁମ ପାଣିରେ ଗଗଲିଂ କରିବାକୁ କୁହାଯାଇଥିଲା। ୧୨ ଦିନ ପରେ, ଯେତେବେଳେ ଏହି ରୋଗୀଙ୍କ ନାକରୁ ନମୁନା ନିଆଗଲା, ସଂକ୍ରମଣର ଲକ୍ଷଣ ବହୁତ କମ୍‌ ଥିଲା।

ଜର୍ଣ୍ଣାଲ ଅଫ ଗ୍ଲୋବାଲ ହେଲଥ୍‌ରେ ପ୍ରକାଶିତ ଏହି ଅନୁସନ୍ଧାନ ଅନୁଯାୟୀ, ଲୁଣ ଗଗଲିଂ କରିବା ଫଳରେ ସଂକ୍ରମିତ ରୋଗୀମାନେ ଅଳ୍ପଦିନ ମଧ୍ୟରେ ସୁସ୍ଥ ହୋଇଥିବା ଜଣାପଡିଛି। ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଲୁଣ ଗଗଲିଂ କରୋନା ଜୀବାଣୁ ସଂକ୍ରମଣର ପ୍ରଭାବକୁ ହ୍ରାସ କରିପାରେ।

ସେ କହିଛନ୍ତି ଯେ ଯଦି ନିୟମିତ ବ୍ୟବଧାନରେ ପାଟି ଧୋଇବା ଗାର୍ଗଲ କରାଯାଏ, ତେବେ ଏହା କରୋନା ଜୀବାଣୁର ଗମ୍ଭୀରତାକୁ ହ୍ରାସ କରିପାରେ।