କରୋନା ସଂକ୍ରମଣରେ ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ: ମୋଦି କଲେ ଶୋକ ପ୍ରକାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: ଆମେରିକାରେ ବାସ କରୁଥିବା ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧି ବ୍ରହ୍ମା କାଞ୍ଚିବୋଟଲାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ଭାରତ ଏବଂ ଆମେରିକାକୁ ନିକଟତର କରିବାରେ କାଞ୍ଚିବୋଟଲାଙ୍କର କାର୍ଯ୍ୟ ବେଶ୍‌ ଉଲ୍ଲେଖନୀୟ। ତାଙ୍କର ମୃତ୍ୟୁରେ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ଧର୍ଯ୍ୟ ଧରିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି। କାଞ୍ଚିବୋଟଲାଙ୍କଠାରେ ମାର୍ଚ୍ଚ ୨୩ରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୩୧ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

Share