କରୋନା ସଂକ୍ରମଣରେ ଟେଲିଭିଜନ ଖବରଦାତାଙ୍କ ମୃତ୍ୟୁ

ହାଇଦ୍ରାବାଦ,୮।୬: ତେଲେଙ୍ଗାନାର ଜଣେ ଟେଲିଭିଜନ ଖବରଦାତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପହିଛି। ୩୩ ବର୍ଷର ଉକ୍ତ ଖବରଦାତା ଜଣକ ଏକ ତେଲଗୁ ଟେଲିଭିଜନ ଚ୍ୟାନେଲରେ କାମ କରୁଥିବା ବେଳେ ରବିବାର ସକାଳେ ତାଙ୍କର ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଜୁନ୍‌ ୪ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ବେଳକୁ ସେ ନିମୋନିଆରେ ପୀଡ଼ିତ ଥିଲେ ଓ ଶ୍ୱାସ ପ୍ରଶ୍ୱାସରେ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏହାସହ ତାଙ୍କର ଆଉ କିଛି ସ୍ବାସ୍ଥ୍ୟ ସମସ୍ୟା ରହିଥିଲା ବୋଲି ଜଣାପଡିଛି।

Share