କରୋନା ଲଢ଼େଇ: ରାଜସ୍ଥାନ-କେରଳ ସୃଷ୍ଟି କଲେ ନୂଆ ଉଦାହରଣ

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଭାରତର ରାଜସ୍ଥାନର ଭୀଲଓ୍ବାଡା ଏବଂ କେରଳରେ ହୋଇଥିବା କରୋନା ମୁକାବିଲା ଲଢ଼େଇ ପୃଥିବୀ ପାଇଁ ଏକ ନୂଆ ଉଦାହରଣ ପାଲଟିଛି। କେରଳରେ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜସ୍ଥାନ ଭୀଲଓ୍ବାଡାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ସେହିପରି ଜର୍ମାନୀ ଏବଂ ଅଷ୍ଟ୍ରିଆରେ କରୋନା ମୁକାବିଲା ବେଶ୍‌ ସଫଳ ରହିଛି। ଏସବୁକୁ ଦୃଷ୍ଟିରେ ରଖି ପୃଥିବୀର ଅନ୍ୟ ଦେଶ ଏଭଳି ଯୋଜନାକୁ ଆପଣେଇବାକୁ ଚିନ୍ତା କରୁଛନ୍ତି। ଘରଘର ବୁଲି ସ୍କ୍ରିନିଂ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୀଘ୍ର କମୁଥିବା ଜଣାପଡ଼ିଛି। ଏହ ପଦ୍ଧତି କେରଳ ଏବଂ ରାଜସ୍ଥାନରେ ସଫଳତା ସହିତ ପ୍ରୟୋଗ କରାଯାଇଛି। ଜର୍ମାନୀରେ ଟେଷ୍ଟ୍‌ କିଟ୍‌ ଦ୍ୱାରା ସମସ୍ତଙ୍କର ଯାଞ୍ଚ୍‌ କରାଯିବା ପ୍ରକିୟା ବେଶ୍‌ ସଫଳ ରହିଛି। ସେହିପରି ଅଷ୍ଟ୍ରିଆରେ ଲକ୍‌ଡାଉନ୍‌ ଘୋଷଣା ସହିତ ଭ୍ରାମ୍ୟମାଣ ୟୁନିଟ୍‌ ଦ୍ୱାରା ଦେଶର ପ୍ରତି ଅଞ୍ଚଳରେ ଟେଷ୍ଟ୍‌ କିଟ୍‌ ଦ୍ୱାରା ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି।

Share