କରୋନା ଲଢ଼େଇରେ ଯୋଦ୍ଧା ସାଜିଛନ୍ତି ଏସଏଚ୍‌ଜି ମହିଳା

ଜୟପୁର,୨ା୪(ନି.ପ୍ର.): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ହେଲେ ଘରୁ ବାହାରକୁ ନ ବାହାରିବା, ସାମାଜିକ ଦୂରତା ରଖିବାକୁ ସଚେତନ କରାଯାଉଛି। ହେଲେ ଏଭଳି ପରିସ୍ଥିତିରେ ଯୋଦ୍ଧା ସାଜିଛନ୍ତି କୋରାପୁଟ ଜିଲାର ଏସ୍‌ଏଚ୍‌ଜି ମହିଳା। ମହା ବିପତ୍ତି ସମୟରେ ସେମାନେ ଘରେ ନ ରହି ସେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କରୋନା ମୁକାବିଲା ପାଇଁ କୋରାପୁଟ ଜିଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ(ଓଏଲ୍‌ଏମ୍‌) ମହିଳା ଶକ୍ତି ରୂପେ କାର୍ଯ୍ୟ କରୁଛି। ଗୋଷ୍ଠୀର ମହିଳାମାନେ ଏକ ହୋଇ ଲଢୁଥିବା ଲକ୍ଷ୍ୟ କରାଯାଇଛି। କୋରାପୁଟ ଜିଲାରେ ୫୧୨ ଏସ୍‌ଏଚ୍‌ଜିର ୭ହଜାର ସଦସ୍ୟା ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଗାଁ ଠାରୁ ସହର ଯାଏ ବୟସ୍କ ଓ ଅସହାୟ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମାର୍ଚ୍ଚ ଆରମ୍ଭରୁ ଏମାନେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ପୋଷ୍ଟର ଲଗାଇ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲେ। ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କ୍‌ର ଚାହିଦାକୁ ନଜରରେ ରଖି ୧୨ ଗୋଷ୍ଠୀ ଏବେ ମାସ୍କ୍‌ ସିଲେଇ କାର୍ଯ୍ୟରେ ଲାଗିଛନ୍ତି। ପୂର୍ବରୁ ସ୍କୁଲ ପୋଷାକ ସିଲେଇ କରୁଥିବାରୁ ଏହା ଏ ସମୟରେ ସହାୟକ ହୋଇଛି। ଏମାନେ ଏ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ମାସ୍କ୍‌ ସିଲେଇ କରିଛନ୍ତି। ଏହା ମାସ୍କ୍‌ର ଅଭାବକୁ ମଧ୍ୟ ଯଥେଷ୍ଟ ପୂରଣ କରିଛି। ସେହିପରି ଲକ୍‌ଡାଉନ ଘୋଷଣା ହେବା ପରେ ଲୋକଙ୍କ ନିକଟରେ ରାଶନ୍‌ ଓ ପରିବା ପହଞ୍ଚାଇବା ମୁଖ୍ୟ ଚିନ୍ତା ହୋଇଥିବାବେଳେ ଏଥିରେ ମଧ୍ୟ ମହିଳାମାନେ ନିଜକୁ ନିୟୋଜିତ କରିଛନ୍ତି। ଜିଲାର ସୁନାବେଡ଼ାରେ ୨ ଗୋଷ୍ଠୀ, କୋରାପୁଟରେ ୩ ଏବଂ ଜୟପୁରରେ ଗୋଟିଏ ଗୋଷ୍ଠୀ ଠେଲା ଗାଡ଼ିରେ ସାହି ସାହି ବୁଲି ପରିବା ବିକ୍ରି କରୁଛନ୍ତି। ରାଶନ ପାଇଁ ଫୋନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ଯୋଗାଯୋଗ କଲେ ମହିଳାମାନେ ଆବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଉଛନ୍ତି। ଆଳୁ, ପିଆଜ ବିକ୍ରି ପାଇଁ ୪ ବ୍ଲକ୍‌ରେ ୧୪ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ଲକ୍‌ଡାଉନ ସମୟରେ ଜିଲାରେ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ପ୍ରତି ପଞ୍ଚାୟତରେ ନିରାଶ୍ରୟ, ବରିଷ୍ଠ ନାଗରିକ ଓ ଅସହାୟ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ଜିଲାର ୨୪୦ ପଞ୍ଚାୟତରେ ଗୋଟିଏ ଲେଖାଏ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି। ସେହିପରି ଜୟପୁର ପୌରାଞ୍ଚଳରେ ମା’ ଜଗତଜନନୀ ଗୋଷ୍ଠୀ ଓ କୋଟପାଡ଼ ଏନ୍‌ଏସିରେ ଅନ୍ୟ ଏକ ଗୋଷ୍ଠୀ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଘରେ, ଉଠା ଦୋକାନୀ, ଦିବ୍ୟାଙ୍ଗମାନଙ୍କୁ ଯୋଗାଉଛନ୍ତି। ସେହିପରି ୨୪୦ ପଞ୍ଚାୟତରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ମଧ୍ୟ ଗୋଟିଏ ଲେଖାଏ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି। ଏମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଦ୍ୟ, ସଫେଇ, ପାନୀୟ ଜଳ ଯୋଗାଣ ଆଦି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସମସ୍ତ କାର୍ଯ୍ୟକୁ ମହିଳାମାନେ ସୁନ୍ଦରଭାବେ ମଧ୍ୟ କରୁଥିବା ଜଣାପଡ଼ିଛି। ଏଭଳି ଏକ ବିପତ୍ତି ସମୟରେ ସରକାର, ପୋଲିସ, ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ହେଲେ ଆଦିବାସୀ ଅଧ୍ୟ୍ୟୁଷିତ କୋରାପୁଟ ଜିଲାର ଏହି ମହିଳାମାନେ ଯେଉଁ ଗୁରୁ ଦାୟିତ୍ୱ ବହନ କରିଛନ୍ତି, ତାହା ସେମାନଙ୍କୁ କେବଳ ଆତ୍ମନିର୍ଭରଶୀଳ କରିନାହିଁ ବରଂ ସେମାନଙ୍କ ସେବା ମନୋବୃତ୍ତିକୁ ମଧ୍ୟ ଦର୍ଶାଉଛି। ତେଣୁ କରୋନା ମୁକାବିଲାରେ ଏମାନଙ୍କ ଯୋଗଦାନକୁ ସବୁ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri