କରୋନା ଲଢ଼େଇରେ ଡ୍ରୋନ୍‌, ରୋବୋ

ନୂଆଦିଲ୍ଲୀ,୧୪ା୪(ପି.ଟି.): କରୋନା ବିରୋଧୀ ଲଢ଼େଇରେ ଶସ୍ତା ପୋର୍ଟେବଲ୍‌ ଭେଣ୍ଟିଲେଟରଠାରୁ ଆରମ୍ଭ କରି ଡ୍ରୋନ୍‌, ରୋବୋ ଏବଂ ସ୍ବତନ୍ତ୍ର ଷ୍ଟେଥୋସ୍କୋପ୍‌ ବ୍ୟବହାର କରାଯାଉଛି। ସାନିଟାଇଜେଶନରେ ଡ୍ରୋନ୍‌କୁ ବ୍ୟବହାର କରାଯାଇଥିବାବେଳେ ଖାଦ୍ୟ ଓ ଔଷଧ ଯୋଗାଣରେ ରୋବୋ ଏବଂ ଦୂରତା ରକ୍ଷା କରି ରୋଗୀଙ୍କୁ ଯାଞ୍ଚ କରିବାରେ ସ୍ବତନ୍ତ୍ର ଷ୍ଟେଥୋସ୍କୋପ୍‌ର ସହାୟତା ନିଆଯାଉଛି। କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ବିଭିନ୍ନ ଅନୁଷ୍ଠାନ ଓ ଷ୍ଟାର୍ଟଅପ୍‌ମାନେ ଭିନ୍ନ ଭିନ୍ନ ଇନୋଭେଶନ ସହିତ ଆଗେଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ହସ୍ପିଟାଲରେ ବ୍ୟବହାର ପାଇଁ ସ୍ବତନ୍ତ୍ର ସଂକ୍ରମଣ ନିରୋଧୀ କପଡ଼ା, ଶସ୍ତା କରୋନା ପରୀକ୍ଷା ଉପକରଣ, ସଂକ୍ରମିତଙ୍କ ପାଇଁ ଆଇସୋଲେଶନ ପଡ୍‌, ପାରମ୍ପରିକ ଅକ୍ସିଜେନ୍‌ ମାସ୍କ ବଦଳରେ ବବଲ୍‌ ହେଲମେଟ୍‌ ଏବଂ ସାମାଜିକ ଦୂରତ୍ୱର ଉଲ୍ଲଂଘନ ହେଲେ ସତର୍କ କରିବା ଲାଗି ପେଣ୍ଡାଣ୍ଟ। ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ଖୋଜି ବାହାର କରିବା, ସେମାନଙ୍କ ପ୍ରତି ସଂକ୍ରମଣର କେତେ ବିପଦ ରହିଛି, ତାହା ଆକଳନ କରିବା ଲାଗି ‘ଗୋ କରୋନା ଗୋ’ଠାରୁ ଆରମ୍ଭ କରି ‘ସମ୍ପର୍କ-ଓ-ମିଟର’ ମୋବାଇଲ ଆପ୍ଲିକେଶନ୍‌ର ବିକାଶ କରାଯାଇଛି। ଦେଶର କେତେକ ଆଇଆଇଟି ଏବଂ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଏହି ଆପ୍ଲିକେଶନ ପ୍ରସ୍ତୁତ କରିଛନ୍ତି।
କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତିରେ ୨୦ରୁ ଅଧିକ ବୈଷୟିକ ଓ ବିଜ୍ଞାନ ଅନୁଷ୍ଠାନ ନିୟୋଜିତ ହୋଇଛନ୍ତି। ପ୍ରମୁଖ ଆଇଆଇଟିଗୁଡ଼ିକ ସ୍ବତନ୍ତ୍ର କୋଭିଡ୍‌-୧୯ ଗବେଷଣା କେନ୍ଦ୍ର ସ୍ଥାପନ କରିଛନ୍ତି। କରୋନା ବିରୋଧୀ ଲଢ଼େଇରେ ବ୍ୟବହାର ପାଇଁ ଆଇଆଇଟି ଗୁଆହାଟୀ ପକ୍ଷରୁ ବିଭିନ୍ନ ପ୍ରକାର ଡ୍ରୋନ୍‌ର ବିକାଶ କରାଯାଇଛି। ଗୋଟିଏ ପ୍ରକାର ଡ୍ରୋନରେ ବ୍ୟାପକ ଅଞ୍ଚଳକୁ ବିଶୋଧନ କରାଯାଇପାରୁଥିବାବେଳେ ଅନ୍ୟ ଡ୍ରୋନ୍‌ରେ ଇନ୍‌ଫ୍ରାରେଡ୍‌ କ୍ୟାମେରା ଲାଗିଛି। ଏହା ଏକସଙ୍ଗେ ଏକାଧିକ ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିପାରିବ। ଏହି ଶିକ୍ଷାନୁଷ୍ଠାନର ଅନ୍ୟ ଏକ ଟିମ୍‌ ଦୁଇଟି ରୋବୋ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri