କରୋନା ଲଢ଼େଇରେ ଆଉ ଜଣେ ଯୋଦ୍ଧା

ଝାରସୁଗୁଡ଼ା ଅଫିସ,୧୮ା୪- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସରକାର ସମଗ୍ର ଦେଶବାସୀଙ୍କ ସହଯୋଗ ଲୋଡୁଥିବା ବେଳେ ଏହି ଲଢ଼େଇରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ାର ଡା.ସିଲଓ୍ବନ୍ତି ଜୋଜୋ ା ସମସ୍ତଙ୍କ ପାଖରେ ଜୋଜୋ ମ୍ୟାଡମ୍‌ ଭାବେ ପରିଚିତ ଥିବା ଏହି ମହିଳା ଏବେ ଝାରସୁଗୁଡ଼ା ରକ୍ତ ଭଣ୍ଡାରର ଅଧିକାରୀ ଭାବେ କାର୍ଯ୍ୟରତ। ଝାରସୁଗୁଡ଼ା ଜିଲାରୁ ଅଦ୍ୟାବଧି ୧୮୪ ଜଣ କରୋନା ସନ୍ଦୀଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେହି ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ କାର୍ଯ୍ୟରେ ଡା. ଜୋଜୋ ଗତ ମାର୍ଚ୍ଚ ୨୭ରୁ ନିୟୋଜିତ ଥିଲେ । ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟ କରି ଏବେ ହୋମକ୍ୱାରାଣ୍ଟାଇନରେ ଅଛନ୍ତି।
ସୁନ୍ଦରଗଡ ଜିଲା ବନ୍ଧମୁଣ୍ଡା ଗ୍ରାମର ସ୍ବର୍ଗତ ଯୋସେଫ୍‌ ଜୋଜୋ ଓ ସ୍ବର୍ଗତା ଜୋସେଫିନ ଜୋଜୋଙ୍କ ଝିଅ ଡା.ସିଲଓ୍ବନ୍ତି । ସେ ବ୍ରହ୍ମପୁର ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସାରିବା ପରେ ଏସ୍‌ସିବି ମେଡିକାଲ କଲେଜରେ ପ୍ୟାଥୋଲୋଜିରେ ପିଜି କରିଥିଲେ। ଡା.ସିଲଓ୍ବନ୍ତି ୧୯୯୬ରେ ସୁନ୍ଦରଗଡ ଜିଲା ପଙ୍କଡିହି ଗ୍ରାମର ଟି.କାନ୍ଦୁଲନାଙ୍କୁ ବିବାହ କରିଥିଲେ। ତେବେ ୨୦୧୫ରେ ଟି.କାନ୍ଦୁଲାନାଙ୍କ ପରଲୋକ ଘଟିଥିଲା। ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ହସ୍ପିଟାଲ କ୍ୱାର୍ଟର୍ସରେ ନିଜ ଭାଣଜୀଙ୍କ ସହ ରହୁଥିବା ଡା.ସିଲଓ୍ବନ୍ତି କୁହନ୍ତି, ପ୍ରତିଦିନ ହସ୍ପିଟାଲର ଏକ ଗାଡି ତାଙ୍କୁ ନେବା ଆଣିବା କରୁଥିଲା। ସକାଳ ୯ ଟା ବେଳେ ସେ ନମୁନା ସଂଗ୍ରହ କେନ୍ଦ୍ରକୁ ଯାଉଥିବା ବେଳେ ସେଠାରୁ କାମ ସାରି ସିଧା ଘରକୁ ଆସୁଥିଲେ। ଘରେ ପହଞ୍ଚତ୍ବା ପରେ ସେ ଗାଧୋଇ ସାରି ଅନ୍ୟ କାମ କରୁଥିଲେ। ସନ୍ଦୀଗ୍ଧ ବ୍ୟକ୍ତିଙ୍କଠାରୁ ନମୁନା ସଂଗ୍ରହ ବେଳେ କିଏ କରୋନାରେ ଆକ୍ରାନ୍ତ ଜାଣିବା ସମ୍ଭବ ନ ଥାଏ ା ଏଥିପାଇଁ ଖୁବ୍‌ ସତର୍କତା ଅବଲମ୍ବ କରିବାକୁ ପଡିଥାଏ ବୋଲି ଡା.ସିଲଓ୍ବନ୍ତି କୁହନ୍ତି ା ଏଥିପାଇଁ ସେ ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ ଗତ ୧୪ରୁ ହୋମ କ୍ୱାରାଣ୍ଟାଇନରେ ଅଛନ୍ତି। ବର୍ତ୍ତମାନ ଅନ୍ୟଜଣେ ଡାକ୍ତର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ଡା.ସିଲଓ୍ବନ୍ତି କହିଛନ୍ତି ା ଏହି ଅବସରରେ ଡା.ସିଲଓ୍ବନ୍ତି କୁହନ୍ତି, ସରକାରଙ୍କ ଗାଇଡଲାଇନକୁ ମାନି ସମସ୍ତେ ଚଳିବା ଉଚିତ୍‌ ା ଅଯଥାରେ ବାହାରେ ବୁଲା ବୁଲି ନ କରି ଘରେ ରହିବା ଆବଶ୍ୟକ। କରୋନାକୁ ନେଇ ଭୟଭୀତ ନ ହେବା ଆବଶ୍ୟକ ା ସତର୍କତା, ସାମାଜିକ ଦୂରତା ସହିତ ସମସ୍ତେ ମାସ୍କ ବ୍ୟବହାର କରିବା ଜରୁରୀ, ଏଭଳି କଲେ ଆମେ କରୋନାକୁ ଜିତି ପାରିବା ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri