କରୋନା ଯୋଦ୍ଧାଙ୍କୁ ସଲାମ

ନୂଆଦିଲ୍ଲୀ,୩।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସଲାମ କରିଛନ୍ତି ଦେଶର ବୀର ଯୋଦ୍ଧା। ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି। କରୋନା ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ରୋଗୀଙ୍କ ସେବା କରୁଥିବା ଡାକ୍ତର, ନର୍ସ, ଅନ୍ୟ ମେଡିକାଲ କର୍ମଚାରୀ, ପରିମଳ କର୍ମଚାରୀ ଓ ଅନ୍ୟ ଆଗଧାଡିର ଯୋଦ୍ଧାଙ୍କ ପାଇଁ ଭାରତର ୩ ସେନା ପକ୍ଷରୁ ପୁଷ୍ପ ବୃଷ୍ଟି କରାଯାଇଛି। ଏହି ଅବସରରେ ନୌସେନାର ଜାହାଜକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଏଭଳି ଦୃଶ୍ୟ କରୋନା ଯୋଦ୍ଧାଙ୍କ ମନୋବଳକୁ ଆହୁରି ଦୃଢ କରିଛି। ରାଜଧାନୀ ଦିଲ୍ଲୀର ପୋଲିସ ଓ୍ବାର ମେମୋରିଆଲରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଭିନ୍ନ ହସ୍ପିଟାଲ ଉପରେ ପୁଷ୍ପ ବୃଷ୍ଟି କରାଯିବା ସହ ଆର୍ମି ବ୍ୟାଣ୍ଡ ପକ୍ଷରୁ କିଛି ସରକାରୀ ମେଡିକାଲ ସମ୍ମୁଖରେ ବୀର ବାଦ୍ୟ ପରିବେଷଣ କରାଯାଇଛି।

Share