କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଭାରତୀୟ ସେନା

ନୂଆଦିଲ୍ଲୀ,୩।୫: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏହି ଯୁଦ୍ଧର ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଇତ୍ୟାଦି। ରବିବାର ଏହି କରୋନା ଯୋଦ୍ଧାଙ୍କ ସମ୍ମାନରେ ଦେଶର ସ୍ଥଳସେନା, ନୌସେନା ଓ ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସେମାନଙ୍କୁ ଅଭିନନ୍ଦନ ଦିଆଯାଇଛି। ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ରାଜଧାନୀ ଦିଲ୍ଲୀରେ ଥିବା ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ, ଓ୍ବାର୍ଡ ବୟ, ସଫେଇ କର୍ମଚାରୀଙ୍କୁ ସମ୍ପର୍ଦ୍ଧିତ କରାଯାଇଛି। ଏହାସହ ଯେଉଁମାନେ କରୋନାର ଆଗଧାଡିର ଯୋଦ୍ଧା ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Share