କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲାରେ ଏବେ ଡାକ୍ତରମାନେ ପ୍ରକୃତ ଯୋଦ୍ଧା ସାଜିଛନ୍ତି। ନିଜ ଜୀବନକୁ ବାଜିଲଗାଇ ସେମାନେ ରୋଗୀମାନଙ୍କର ସେବା କରୁଛନ୍ତି। ଏଥିପାଇଁ ଅଷ୍ଟ୍ରେଲିଆର ଦୁଇଜଣ ଡାକ୍ତର ମ୍ୟାକ୍ସ ଏବଂ ଗ୍ରେଟା ସେମାନଙ୍କର ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଦୁହେଁ ଦୁହିଙ୍କୁ ଭଲ ପାଇଆସୁଥିଲେ ହେଁ ଡାକ୍ତରଖାନାରେ ରୋଗୀଦେଖାରେ ବ୍ୟସ୍ତ ରହୁଥିବାରୁ ଏବେ ବିବାହ ନ କରି ପରେ କରିବେ ବୋଲି ସେମାନେ ନିଜ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଖବର ଜଣାଇବା ପାଇଁ ଦୁହେଁ ଏକାଠି ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ଉଭୟ ଏକ ପ୍ଲାକାର୍ଡରେ ଏବେ ବିବାହ କରିବେ ନାହିଁ ବୋଲି ଲେଖି ଧରିଥିଲେ। ତେବେ ଉଭୟ ଡାକ୍ତରଙ୍କ ଏହି ଫଟୋକୁ ସେମାନଙ୍କର ବନ୍ଧୁମାନେ ମଜାକରିବା ପାଇଁ ଏକ ଭିନ୍ନ ରୂପ ଦେଇଥିଲେ। ଡାକ୍ତରୀ ପୋଷାକ ଉପରେ ବିବାହ ପୋଷାକ ପିନ୍ଧାଇବାର ରୂପ ଦେଇ ଏକ ଭିନ୍ନ ବାର୍ତ୍ତା ଦେଇଥିଲେ। ବନ୍ଧୁମାନେ ଫଟୋର କ୍ୟାପ୍‌ସନ୍‌ ଭାବେ ଲେଖିଥିଲେ ଯେ, ଏଇ ଡାକ୍ତର ଦୁଇଜଣ ନିଶ୍ଚିତଭାବେ ଭଲ ଦମ୍ପତି ହୋଇପାରିବେ। ଡାକ୍ତର ଦୁଇଜଣଙ୍କ ଏହି ଫଟୋ ଏବଂ କ୍ୟାପ୍‌ସନକୁ ନେଇ ସୋସିଆଲ୍‌ ମିଡିଆରେ ଢେର୍‌ ଚର୍ଚ୍ଚା ହେଉଛି। ଏମାନଙ୍କୁ ଉତ୍ସାହିତ କରିବା ପାଇଁ ସବୁଆଡୁ ଶୁଭେଚ୍ଛାର ବାର୍ତ୍ତା ଆସୁବାରେ ଲାଗିଛି।

Share