Categories: ଜାତୀୟ

କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଲେ ଦେଶବାସୀ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ପ୍ରକୋପରୁ ଦେଶକୁ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଇଥିଲା ‘ଜନତା କର୍ଫ୍ୟୁ’। ଏହି ସମୟରେ ସାରା ଦେଶ ଏକ ପ୍ରକାର ନିରବ ହୋଇଯାଇଥିବା ବେଳେ ଜରୁରୀ ସେବାରେ ନିୟୋଜିତ ଥିବା ଲୋକେ ସେମାନଙ୍କ ସେବା ଯୋଗାଇବାରେ ଲାଗିପଡିଥିଲେ। ଏମାନଙ୍କୁ ସନ୍ଧ୍ୟା ଠିକ୍‌ ୫ଟାରେ ଦେଶର ସବୁ ସ୍ଥାନରେ ଲୋକେ ଘଣ୍ଟ, ଘଣ୍ଟା, ବାସନ ବାଡେଇ ଓ ତାଳିମାରି କୃତଜ୍ଞତା ଜଣାଇଥିଲେ। ଘରୁ ବାହାରକୁ ନ ବାହାରିଲେ ବି ଏମାନେ ନିଜ ନିଜ ବାଲକୋନି ଓ ଅଗଣାରେ ଏମିତି କରୁଥିବା ଦେଖାଯାଇଥିଲା। ଏପରିକି ବହୁ ରାଜନେତାମାନେ ମଧ୍ୟ ଏଥିରେ ନିଜକୁ ସାମିଲ କରିଥିଲେ।

Share