କରୋନା ଯୋଗୁ ୮୦ ବର୍ଷୀୟା ମା’ଙ୍କୁ ଘରେ ପୂରାଇ ଦେଲେନିି ପୁଅ

ହାଇଦ୍ରାବାଦ, ୩୧।୫: ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରୋନା ଯୋଗୁ ୮୦ ବର୍ଷୀୟା ମା’ଙ୍କୁ ଘରେ ପୂରାଇ ଦେଇନାହାନ୍ତି ପୁଅ-ବୋହୂ। ତେଲେଙ୍ଗାନାର କରିମନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏଠାରେ ଜଣେ ୮୦ ବର୍ଷୀୟା ମହିଳା ଲକ୍‌ଡାଉନ୍‌ ପୂର୍ବରୁ ମହାରାଷ୍ଟ୍ରର ଶୋଲାପୁର ଅଞ୍ଚଳରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଦେଶରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ସେ ଆଉ ଆସିପାରି ନ ଥିଲେ। ଏବେ ଲକ୍‌ଡାଉନ୍‌ କିଛିଟା ଢିଲା ହେବା ପରେ ସେ କରିମନଗର ଫେରିଥିଲେ। ମହାରାଷ୍ଟ୍ର କରୋନା ସ୍ଥିତି ଜଟିଳ ହୋଇଥିବାରୁ ତାଙ୍କ ପୁଅ-ବୋହୂ କରୋନା ଡରରେ ତାଙ୍କୁ ଆଉ ଘରେ ପୂରାଇ ଦେଇ ନ ଥିଲେ। ବୃଦ୍ଧା ଜଣଙ୍କ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ବୁଝି ନ ଥିଲେ। ଓଲ୍‌ଟା ଘରେ ତାଲା ପକାଇ ଦେଇଥିଲେ। ଫଳରେ ବୃଦ୍ଧା ଜଣଙ୍କ ରାସ୍ତା କଡରେ ବସି ରହିଥିଲେ। ପଡୋଶୀମାନେ ପୁଅକୁ ଅନେକ ବୁଝାଇବା ପରେ ସେମାନେ ମା’ଙ୍କୁ ଘରେ ରଖିଥିଲେ।

Share