Categories: ଜାତୀୟ

କରୋନା ଯୋଗୁ ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବନ୍ଦ: ଏପ୍ରିଲ୍‌ ୧ରୁ ହେବ ଆରମ୍ଭ

ନୂଆଦିଲ୍ଲୀ,୯।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୧୫ରୁ ହେବାକୁଥିବା ପରୀକ୍ଷାକୁ ବନ୍ଦ କରି ଦିଆଯାଇଛି। ଏହା ଏପ୍ରିଲ୍‌ ୧ରୁ ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ନିର୍ଦ୍ଦେଶକ ପ୍ରଫେସର ନାଫିଶ ଅନସାରୀ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ବି କମ୍‌, ଏମ୍‌ କମ୍‌, ଲାଇବ୍ରେରୀ ସାଇନ୍ସ୍‌, ବିଏସ୍‌ସି ଆଦି ୪ଟି ପାଠ୍ୟକ୍ରମର ୬୦୦୦ ଶିକ୍ଷାର୍ଥୀ ପରିବର୍ତ୍ତିତ ସମୟ ଅନୁସାରେ ପରୀକ୍ଷା ଦେବେ।

Share