Categories: ଦେବଗଡ଼

କରୋନା ଯୁଦ୍ଧରେ ଆଉ ଜଣେ ଯୋଦ୍ଧାଙ୍କ କାହାଣୀ

ଦେବଗଡ଼,୨୫ା୪(ଡି.ଏନ.ଏ.)
ଗତ ଜାନୁୟାରୀ ୨୯ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ମହିଳା କନ୍‌ଷ୍ଟେବଳ ସଂଯୁକ୍ତା ପାତ୍ର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ତଥାପି କରୋନା ମୁକାବିଲାରେ ତାଙ୍କ ସହକର୍ମୀମାନେ କାମରେ ଲାଗିଥିବାରୁ ଏହି ଯୁଦ୍ଧରେ ସେ ସାମିଲ ହୋଇଛନ୍ତି ା ଏପରି ଘଡିସନ୍ଧି ମୁହୂର୍ତ୍ତରେ ସେ ଜନସାଧାରଣଙ୍କ ସେବା କରିବାକୁ ନେଇଥିବା ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ା ତାଙ୍କର ଏଭଳି ପଦକ୍ଷେପକୁ ଦେବଗଡ଼ ଏସ୍‌ପି ରାହୁଲ ଜୈନଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଶଂସା କରିଛନ୍ତି ା
ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ଥାନାରେ କାର୍ଯ୍ୟରତ ସଂଯୁକ୍ତା ଗତ ଜାନୁୟାରୀ ୨୯ରେ ଦେବଗଡ଼ ସହରରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ ା ଏହି ଦୁର୍ଘଟଣାରେ ତାଙ୍କର ସ୍ପାଇନାଲକଡ ଫ୍ରାକ୍ଚର ହୋଇଥିଲେ। ଦୀର୍ଘଦିନ ଧରି ତାଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡିଥିଲା ା ଗତ ୬ ତାରିଖରେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଥିଲେ ା ଡାକ୍ତର ତାଙ୍କୁ ବିଶ୍ରାମ ନେବାପାଇଁ ପରାମର୍ଶ ମଧ୍ୟ ଦେଇଥିଲେ ା ମାତ୍ର କରୋନା ସଂକ୍ରମଣ ଜନିତ ଲକ୍‌ଡାଉନ ପରିପ୍ରେକ୍ଷୀରେ ତାଙ୍କ ସହକର୍ମୀମାନେ ଦିନରାତି ଏକ କରି ପରିଶ୍ରମ କରୁଥିବା ବେଳେ ସଂଯୁକ୍ତା ଘରେ ବିଶ୍ରାମ ନେବାକୁ ଉଚିତ୍‌ ମଣି ନ ଥିଲେ ା ଜଣେ ନିଷ୍ଠାପର କରୋନା ଯୋଦ୍ଧା ଭାବେ କର୍ତ୍ତବ୍ୟ ପାଳନ ପାଇଁ ସଂଯୁକ୍ତା ଗତ ୯ ତାରିଖରେ ନିଜ କାମରେ ଯୋଗଦେଇଥିଲେ ା