କରୋନା ମୋହର ଲାଗିଥିବାରୁ ଟ୍ରେନରୁ ଦମ୍ପତିଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୨୧।୩: ସିକନ୍ଦରାବାଦରୁ ବେଙ୍ଗାଲୁରୁ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଦମ୍ପତିକୁ କରୋନା ଭୟରେ ଓହ୍ଲାଇ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରେନରେ ଦମ୍ପତି ସକାଳୁ ସକାଳୁ ତେଲେଙ୍ଗାନାର କାଜିପଟ ପହଞ୍ଚିବା ପରେ ପୁରୁଷଙ୍କ ହାତରେ କରୋନା ମୋହର ଲାଗିଥିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଏହା ଦେଖିବା ପରେ ରେଲେଓ୍ବେ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ରେଲଓ୍ବେ ଅଧିକାରୀ ସେଠାରେ ପହଞ୍ଚି ଦମ୍ପତିଙ୍କୁ ଟ୍ରେନରୁ ଓହ୍ଲାଇ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ବଗିର ଏସିକୁ ମଧ୍ୟ ବନ୍ଦ କରି ଦେଇଥିଲେ। ଏହାର କିଛି ସମୟ ପରେ ରାଜଧାନୀ ଏକ୍ସପ୍ରେସ୍‌ ପୁଣିଥରେ ତା’ର ଯାତ୍ରା ଆରମ୍ଭ କରିଥିଲା। ତେବେ ଉକ୍ତ ପୁରୁଷଙ୍କ ହାତରେ କ୍ୱାରାଣ୍ଟାଇନର ମୋହର ଲାଗିଥିବାରୁ ଯାତ୍ରୀମାନେ ଏହାକୁ ଦେଖି ଡରି ଯାଇଥିଲେ। ସୂଚନାଯୋଗ୍ୟ, କରୋନା ଭାଇରସର ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିଦେଶରୁ ଆସୁଥିବା ବା ଯେଉଁମାନେ ସନ୍ଦିଗ୍ଧ ସେମାନେଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି।

Share