କରୋନା ମୃତ୍ୟୁ: ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ଶବ ସତ୍କାର

ଭୁବନେଶ୍ୱର, ୭।୪(ବ୍ୟୁରୋ)- କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନେଇ ରାଜ୍ୟ ସରକାର ବଡ଼ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ଯଦି ମୃତ୍ୟୁ ହୁଏ ତେବେ ତାଙ୍କ ଶବ ସତ୍କାର ସରକାର କରିବେ। ଜନ ସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ତିମ ସଂସ୍କାର କରାଯିବ। ଏନେଇ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପ୍ରଥମ କରୋନା ମୃତକଙ୍କ ମର ଶରୀରରକୁ ହସ୍ପିଟାଲ କର୍ତ୍ତୃପକ୍ଷ ସରକାରଙ୍କୁ ହସ୍ତାନ୍ତର କରିବେ। ଏମ୍ସ ଅଧବକାରୀମାନେ ମୃତକଙ୍କ ବିଧିବଦ୍ଧ କାର୍ଯ୍ୟ ସମ୍ପନ୍ନ କରିବା ପରେ ମର ଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ଏହାପରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ତିମ ସଂସ୍କାର କରାଯିବ ବୋଲି କରୋନାଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି।