କରୋନା ମୃତକଙ୍କ ଶେଷ ଦର୍ଶନ ପାଇଁ ଡରୁଛନ୍ତି ପରିବାର ଲୋକେ!

ରୋମ,୨୩।୩: କରୋନା ଭାଇରସ। ଏତିକି ଶୁଣିଲେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଭୟ। କାରଣ ଏବେ କରୋନା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ସାରା ବିଶ୍ୱରେ ୧୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏତିକିରେ ବି ଥମି ନାହିଁ କରୋନା। ଏହାର କୌଣସି ସଠିକ୍‌ ଔଷଧ ନ ଥିବାରୁ ଚିକିତ୍ସକଙ୍କ ପାଇଁ ଏବେ ଏହା ଚ୍ୟାଲେଞ୍ଜ ହୋଇଯାଇଛି। ଚାଇନାରେ କରୋନାରେ ୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହାର ରେକର୍ଡ ଭାଙ୍ଗିଛି ଇଟାଲି। ଇଟାଲିରେ ଏବେସୁଦ୍ଧା ୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଏବେ ଇଟାଲି ସରକାରଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପଟେ ଏହି ମୃତକଙ୍କର ଶେଷ ସଂସ୍କାର ବି ଇଟାଲି ସରକାରଙ୍କ ପାଇଁ ଆଉ ଏକ ସମସ୍ୟା ହୋଇ ଠିଆ ହୋଇଛି। ସେନାର ସହାୟତାରେ ମୃତକଙ୍କର ସଂସ୍କାର କରାଯାଉଛି। ଆୟାରଲ୍ୟାଣ୍ଡରେ କରୋନା ମୃତକଙ୍କ ସଂସ୍କାର ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଥିବା ଜଣାପଡିଛି। ସେଠାରେ ମୃତକଙ୍କ ଶରୀରକୁ ଛୁଇଁବା, ଆଲିଙ୍ଗନ କରିବା, ଚୁମ୍ବନ ଦେବା ଏମିତିକି ବିନା ବଡି ବ୍ୟାଗରେ ଦେଖିବାକୁ ବାରଣ କରାଯାଇଛି। ଏହାକୁ ଦେଖି କରୋନା ମୃତକଙ୍କ ପରିବାର ସେମାନଙ୍କ ପ୍ରିୟଜନଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଭୟ କରୁଛନ୍ତି ବୋଲି କୁହାଯାଉଛି। ସେହିପରି ଇଟାଲିରେ ବ୍ୟବଚ୍ଛେଦ ଗୃହରେ ପଡିରହିଥିବା ମୃତଦେହ ଗୁଡିକର ଏକ ତାଲିକା ପ୍ରସ୍ତୁତ କରାଯାଇ ସଂସ୍କାର କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଉଛି। ଏସବୁ ସଂସ୍କାର ନିର୍ଦ୍ଦିଷ୍ଟ କିଛି ସଂସ୍ଥା ଦ୍ୱାରା କରାଯାଉଥିବା କୁହାଯାଏ। ମାର୍ଚ୍ଚ ୮ରୁ ଇଟାଲିରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ କରୋନାରେ ଯେଉଁମାନଙ୍କ ମୃତ୍ୟୁ ହେଉଛି ସେମାନଙ୍କୁ ତୁରନ୍ତ ବଡି ବ୍ୟାଗରେ ଭର୍ତ୍ତି କରାଯାଇ ହସ୍ପିଟାଲରୁ ତୁରନ୍ତ ସଂସ୍କାର ସ୍ଥଳକୁ ପଠାଇ ଦିଆଯାଉଛି ବୋଲି କୁହାଯାଉଛି। ସେହିପରି ଏଲ୍‌ ଜଜିରାରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ ଅଧିକାଂଶ ସ୍ଥାନରେ ଲୋକେ ମୃତକଙ୍କ ସଂସ୍କାର ପାଇଁ ଭୟ କରୁଥିବାରୁ ଯେଉଁ ସଂସ୍ଥା ସଂସ୍କାର କରୁଛି ସେ ଭିଡିଓ କଲ୍‌ ମାଧ୍ୟମରେ ମୃତକଙ୍କ ପରିବାରକୁ ଶେଷ ଦର୍ଶନ କରାଇ ସଂସ୍କାର କାମ ଶେଷ କରୁଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri