କରୋନା ମୃତକଙ୍କ ପାଇଁ ସ୍ପେନରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ

ବାର୍ସେଲୋନା,୨୭।୬: କରୋନା ଭୂତାଣୁ ସାରା ବିଶ୍ୱର ୨୧୩ଟି ଦେଶକୁ ବ୍ୟାପିଲାଣି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତେବେ ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୪୮୦ ଥିବାବେଳେ ୨୬,୮୩୭ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ମୃତକଙ୍କ ସମ୍ମାନ ଜଣାଇବା ପାଇଁ ସେଠାକାର ସରକାର ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିଷ୍ପତି ନେଇଛନ୍ତି। ମେ ୨୭ରୁ ଜୁନ୍‌ ୫ ଯାଏ ଦେଶର ପତାକା ଅର୍ଦ୍ଧ ନମିତ ରହିବ ବୋଲି ଘୋଷଣା କରାଯାଇଛି।

Share