କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁରୁଷୋତ୍ତମପୁର ତହସିଲ କର୍ମଚାରୀଙ୍କ ସହାୟତା

ପୁରୁଷୋତ୍ତମପୁର, ୨୮।୩(ଡି.ଏନ୍‌.ଏ.): କରୋନା(କୋଭିଡ-୧୯)ର ମୁକାବିଲା ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କର୍ମଚାରୀମାନେ ଆଗେଇ ଆସିଛନ୍ତି। ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୁୁନୀଲ କୁମାର ଟୁଡୁଙ୍କ ସମେତ କାର୍ଯ୍ୟରତ ସମସ୍ତ ୪୮ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା ସମୁଦାୟ ୫୭ ହଜାର ୬ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଯେପରି କରୋନା ସମ୍ପୂର୍ଣ୍ଣ ଦୂରେଇ ସୁସ୍ଥ ଅବସ୍ଥା ଫେରିଆସିବ ସେନେଇ ସେମାନେ ପ୍ରାର୍ଥନା ମଧ୍ୟ କରିଛନ୍ତି।