କରୋନା ମୁକାବିଲା ବୈଠକ: ଯୋଗଦେଲେ ବିଭିନ୍ନ ସମ୍ପ୍ରଦାୟ, ଲୋକ ପ୍ରତିନିଧି

ଦାରିଙ୍ଗବାଡ଼ି,୧୩।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ କରୋନା ସଂକ୍ରମଣ ପ୍ରତିହତ ଏବଂ ଏହା ସଂକ୍ରମଣ ହେଲେ ପ୍ରଶାସନ ଏବଂ ଜନସାଧାରଣଙ୍କ ଦ୍ୱାରା କ’ଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ସେନେଇ ଆଲୋଚନା ହୋଇଯାଇଛି। ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଯଦି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି କିମ୍ବା କୌଣସି ଲୋକ ଏହାଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁ ଘଟେ ତେବେ ପ୍ରଶାସନ କିଭଳି ପଦକ୍ଷେପ ନେବ ଏବଂ ମୃତକଙ୍କ ଅନ୍ତିମ ସଂସ୍କାର କରାଯିବ ଆଲୋଚନା ହୋଇଥିଲା। ଅସ୍ଥାୟୀ ମଶାଣୀ ପାଇଁ ଗ୍ରୀନବାଡ଼ି ପଞ୍ଚାୟତ କୁତୁମାଡ଼ି ଅଞ୍ଚଳରେ ଏକ ପତ୍ରା ଜଙ୍ଗଲ ଚିହ୍ନଟ କରାଯାଇଥିବା ତହସିଲଦାର ନୀତିଶ କୁମାର ତ୍ରୀପାଠି ସୂଚନା ଦେଇଥିଲେ। କରୋନା ମୁକାବିଲା ନେଇ ପ୍ରଶାସନ ସହ ଲୋକ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ସମ୍ପ୍ରଦାୟର ସଦସ୍ୟ ଯୋଗଦାନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ବିଡିଓ ଷଡ଼ଙ୍ଗୀଙ୍କ ସମେତ ତହସିଲଦାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ, ବ୍ରାହ୍ମଣୀଗଁା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବଂଶୀଧର ପାତ୍ର, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।