କରୋନା ମୁକାବିଲା: ବୁଧବାରଠୁ ନୂଆ ହେଳ୍ପଲାଇନ ନମ୍ବର-୧୪୪୧୦, ଡାକ୍ତରଙ୍କଠାରୁ ପରାମର୍ଶ ନେବେ ରାଜ୍ୟବାସୀ

ଭୁବନେଶ୍ୱର, ୭।୪(ବ୍ୟୁରୋ)- ରାଜ୍ୟ ସରକାର କୋଭିଡ୍‌-୧୯ର ଦୃଢ଼ ମୁକାବିଲା କରିବା ନିମନ୍ତେ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମହାମାରୀର ମୁକାବିଲା ଦିଗରେ ଡାକ୍ତରମାନଙ୍କର ଭୂମିକା ସର୍ବଗରିଷ୍ଠ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସରକାର ସମ୍ଭାବ୍ୟ କୋଭିଡ୍‌ ରୋଗୀ ଯେଉଁମାନଙ୍କଠାରେ ଜ୍ୱର, କାଶ, ଥଣ୍ଡା, ଶ୍ୱାସଜନିତ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କୁ ସ୍ବାସ୍ଥ୍ୟ ପରାମର୍ଶ ଓ ସହାୟତା ଯୋଗାଇଦେବା ନିମନ୍ତେ ଏକ ଉତ୍ସର୍ଗୀକୃତ ନିଃଶୁଳ୍କ ଟେଲିମେଡିସିନ୍‌ ସହାୟତା ନଂ-୧୪୪୧୦ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର କହିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ପ୍ରତିଦିନ ୧୦୪ ନମ୍ବରକୁ ୧୨ରୁ ୧୪ହଜାର କଲ୍‌ ଆସୁଛି। ରାଜ୍ୟରେ କରୋନା ଆକ୍ରନ୍ତେଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଗକୁ ଏହି ନମ୍ବରକୁ ଅଧିକ କଳ୍‌ ଆସିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନୂଆ ସ୍ବତନ୍ତ୍ର ହେଲ୍ପଲାଇନ ‘ଟେଲି ମେଡିସନ୍‌ ହେଲ୍ପଲାଇନ’ ଆରମ୍ଭ କରିବାକୁ ଯାଉଛୁ। ଏହାକୁ ଦୃଷ୍ଟିରେ ରଖି ନୂଆ ସ୍ବତନ୍ତ୍ର ହେଲ୍ପଲାଇନ ‘ଟେଲି ମେଡିସନ୍‌ ହେଲ୍ପଲାଇନ’ ଆରମ୍ଭ କରିବାକୁ ଯାଉଛୁ। ଯାହାର ନମ୍ବର ରହିଛି ୧୪୪୧୦। ପୂର୍ବରୁ ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ କରୋନା ଭୂତାଣୁର ଲକ୍ଷଣ ଜାଣିବା ପାଇଁ ଫୋନ୍‌ ଯେଗେ ଲୋକଙ୍କୁ ମେଡିସିନ୍‌ ପରାମର୍ଶ ଦେବାକୁ କୁହାଯାଇଥିଲା। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ପୂର୍ବାହ୍ନ ୧୧ଟା କାର୍ଯ୍ୟକାରୀ କରିବେ। ଯଦି କେହି କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରୁଥିବେ ତେବେ ସେମାନେ ଏହି ହେଲ୍ପଲାଇନ୍‌କୁ ଯୋଗଯୋଗ କରିପାରିବେ। ସେମାନଙ୍କୁ ଡାକ୍ତରମାନେ ପରାମର୍ଶ ଦେବେ। ବର୍ତ୍ତମାନର ସଙ୍ଗୀନ ପରିସ୍ଥିତିରେ ଜନସେବା ପାଇଁ ମୁଖ୍ୟମନ୍ତ୍ରୀ ବେସରକାରୀ ଓ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନକୁ ସମ୍ମାନ ଜଣାଇ ୩୦୦ଜଣ ଡାକ୍ତର ୨୪ଘଣ୍ଟା ଭିତରେ ସ୍ବେଚ୍ଛାସେବା ଲାଗି ଆଗେଇ ଆସିଛନ୍ତି। ଏମାନେ ଟେଲି ମେଡିସିନ ଜରିଆରେ ବା ଫୋନ୍‌ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମସ୍ତ କୋଭିଡ-୧୯ ସଂକ୍ରାନ୍ତ ପରାମର୍ଶ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri