କରୋନା ମୁକାବିଲା: ପ୍ରସ୍ତୁତ ହେଲା ୬୫୦ ଶଯ୍ୟା ବିଶିଷ୍ଟ ୨ ହସ୍ପିଟାଲ

ଭୁବନେଶ୍ୱର,୨।୪(ବ୍ୟୁରୋ)- ରାଜ୍ୟରେ କରୋନା ସଂକ୍ରମିତଙ୍କ ସ୍ବତନ୍ତ୍ର ଚିକିତ୍ସା ପାଇଁ ୬୫୦ ଶଯ୍ୟା ବିଶିଷ୍ଟ ୨ଟି ହସ୍ପିଟାଲ ପ୍ରସ୍ତୁତ ହୋଇଛି। ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(କିମ୍ସ) ପରିସରରେ ୫୦୦ ଶଯ୍ୟା ରହିଛି। ଏହା ବ୍ୟତୀତ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ୧୫୦ଟି ବେଡ୍‌ ପ୍ରସ୍ତୁତ କରାଯାଇଛି। ମାତ୍ର ସପ୍ତାହକ ମଧ୍ୟରେ କରୋନା ମୁକାବିଲା ପାଇଁ ଏହି ଭିତ୍ତିଭୂମି ସ୍ଥାପନା କରାଯାଇଛି। ଏହାକୁ ଦେଶର ପ୍ରଥମ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉର୍ଦ୍ଦିଷ୍ଟ ହସ୍ପିଟାଲ ବୋଲି କୁହାଯାଉଛି। କିମ୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ପକ୍ଷରୁ ଅର୍ଥ ପ୍ରଦାନ କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ମାଗଣାରେ ଚିକିତ୍ସା କରାଯିବ। ସଂକ୍ରମିତଙ୍କ ଖାଦ୍ୟପେୟ ସମେତ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଅନୁରୂପଭାବେ ଅଶ୍ୱିନୀ ହସ୍ପିଟାଲରେ ମଧ୍ୟ ସ୍ବତନ୍ତ୍ରଭାବେ କରୋନା ସଂକ୍ରମିତଙ୍କ ପାଇଁ ୧୫୦ ଶଯ୍ୟା ପ୍ରସ୍ତୁତ ହୋଇଛି। କିମ୍ସ ପରେ ରାଜ୍ୟରେ ଏହା ଦ୍ୱିତୀୟ କରୋନା ସଂକ୍ରମିତଙ୍କ ପାଇଁ ଉଦ୍ଦିଷ୍ଟ ଥିବା ହସ୍ପିଟାଲ। ଏହାକୁ ମଧ୍ୟ ମାତ୍ର ୭ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ହସ୍ପିଟାଲ ପାଇଁ ମଧ୍ୟ ଓଏମ୍‌ସି ଆର୍ଥିକ ସହାୟତା ପ୍ରଦାନ କରିଛି।
ହସ୍ପିଟାଲରେ ଥରେ ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ ହୋଇଗଲେ, ଏହାର ଡାକ୍ତର ଏବଂ ଅନ୍ୟାନ୍ୟ ସହଯୋଗୀ ଆଉ ଘରକୁ ଯାଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ନିୟୋଜିତ ଥିବା ଡାକ୍ତର, ପାରାମେଡିକାଲ ଷ୍ଟାପ୍‌ଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ କରୋନା ମୁକାବିଲାରେ ସ୍ବାସ୍ଥ୍ୟକର୍ମୀ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ସଂକ୍ରମିତଙ୍କୁ ସମସ୍ତ ପ୍ରକାର ଗୁଣାତ୍ମକ ଚିକିତ୍ସା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ସାମାଜିକ ଦୂରତ୍ୱ, ହାତକୁ ନିୟମିତ ଧୋଇବା ଏବଂ ଲକ୍‌ଡାଉନ ନିୟମକୁ ଠିକ୍‌ ଭାବେ ପାଳନ କରିବା ଦ୍ୱାରା କରୋନା ମୁକାବିଲା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଆସନ୍ତା ୩ ଦିନ ମଧ୍ୟରେ ମହାନଦୀ କୋଲ ଫିଲ୍ଡ୍ସ ଲିଃ(ଏମ୍‌ସିଏଲ୍‌) ଆର୍ଥିକ ସହଯୋଗରେ ସମ୍‌ ହସ୍ପିଟାଲରେ ଆଉ ୫୨୫ ଶଯ୍ୟା ବିଶିଷ୍ଟ କରୋନା ସଂକ୍ରମିତଙ୍କ ପାଇଁ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri