Categories: ଦେବଗଡ଼

କରୋନା ମୁକାବିଲା: ତିଲେଇବଣି ବ୍ଲକ ଶିକ୍ଷକ ପ୍ରାଥମିକ ସଂଘ ପକ୍ଷରୁ ସହାୟତା

ଦେବଗଡ,୭ା୫(ଡି.ଏନ.ଏ)-କରୋନା ମୁକାବିଲା ପାଇଁ ଗୁରୁବାର ତିଳେଇବଣି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଲକ୍ଷ ୯୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠି(କୋଭିଡ-୧୯)କୁ ୧ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ ଲକ୍ଷ ୭୫ ହଜାର ଟଙ୍କା ଓ ଜିଲା ରେଡ୍‌କ୍ରସ୍‌ ସୋସାଇଟିକୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି। ସଂଘ ସଭାପତି ସୁଶାନ୍ତ ନନ୍ଦ, ସମ୍ପାଦକ ଡୋଳାଧର ସ୍ବାଇଁଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ସୁଧାଂଶୁ କୁମାର ପ୍ରଧାନ, ସଦସ୍ୟ ଭବାନୀକାନ୍ତ ପ୍ରଧାନ, ସୌମିତ୍ରୀ ମହାପାତ୍ର, ପ୍ରାଣବନ୍ଧୁ ଘଡ଼େଇ ପ୍ରମୁଖ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ ଉପରୋକ୍ତ ଅର୍ଥରାଶି ପ୍ରଦାନ କରିଥିଲେ।