କରୋନା ମୁକାବିଲା: ଆନ୍ଧ୍ରପ୍ରଦେଶ-ତାମିଲନାଡୁ ସୀମାରେ ପାଚେରୀ

ହାଇଦ୍ରାବାଦ୍‌,୨୮।୪: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ସୀମାରେ ରାସ୍ତା ଉପରେ ପାଚେରୀ ନିର୍ମାଣ କରାଯାଇଛି। ଏହାଦ୍ୱାରା ଯାତାୟତ ବନ୍ଦ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତାମିଲନାଡୁର ବେଲୋର ଏବଂ ଆନ୍ଧ୍ରପ୍ରଦେଶର ଚିତୋର ଜିଲା ମଧ୍ୟରେ ଏହି ପାଚେରୀ ନିର୍ମାଣ କରାଯାଇଛି। ମୁଖ୍ୟତଃ ପ୍ରବାସୀ ଶ୍ରମିକଙ୍କ ଯିବା ଆସିବା ବନ୍ଦ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share