କରୋନା ମୁକାବିଲାର ଯୋଦ୍ଧା ଏସ୍‌ଆଇ ନାରାୟଣ: ‘ଆଗେ ରାଜସେବା, ପଛେ ପିତୃସେବା’

କଟକ ଅଫିସ,୧୦।୪: ‘ଯଦି କର୍ତ୍ତବ୍ୟକୁ ସମ୍ମାନ ଜଣାଇବ, ତାହେଲେ କାହାକୁ ସାଲ୍ୟୁଟ ମାରିବାକୁ ପଡ଼ିବନି.. କର୍ତ୍ତବ୍ୟରେ ହେଳା କଲେ, ସମସ୍ତଙ୍କୁ ସାଲ୍ୟୁଟ ମାରିବାକୁ ହୁଏ’। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ ଡ. ଏପିଜେ ଅବଦୁଲ କଲାମ୍‌ଙ୍କ ଅଭିଭାଷଣରୁ ଏହା ଏକ ଛୋଟିଆ ଧାଡ଼ି। ମଣିଷ ପାଇଁ ନିଜର କର୍ତ୍ତବ୍ୟ ହିଁ ଶ୍ରେଷ୍ଠ ବୋଲି କୁହାଯାଏ। ନିଜର କର୍ତ୍ତବ୍ୟନିଷ୍ଠା ନିମନ୍ତେ ଏବେ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି କଟକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଏସ୍‌ଆଇ ନାରାୟଣ ମହାରଣା। ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରି ୨ଘଣ୍ଟା ଭିତରେ ଫେରି ପୁର୍ନବାର କାର୍ଯ୍ୟରେ ଯୋଗଦେଇଥିବା ଏସ୍‌ଆଇ ନାରାୟଣଙ୍କୁ ଏବେ ବିଭିନ୍ନ ବର୍ଗରୁ ବାଃବାଃ ମିଳୁଛି।
ନାରାୟଣଙ୍କ ଘର ଜଗତସିଂହପୁର ଜିଲା ଆଳିପିଙ୍ଗଳ ପଞ୍ଚାୟତ ଅନ୍ତର୍ଗତ କୋଲର ଗ୍ରାମରେ। ଗତ ୩ ତାରିଖରେ ନାରାୟଣଙ୍କ ମା’ କୁମଲତା ମହାରଣାଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ କୁମଲତା ଶଯ୍ୟାଶାୟୀ ଥିଲେ। ତେବେ ଲକଡାଉନ ଯୋଗୁ ମାଙ୍କୁ ଭେଟିବାକୁ ସୁଯୋଗ ପାଇ ନ ଥିଲେ ନାରାୟଣ। ରାତିରେ ମା’ଙ୍କ ପରଲୋକ ଘଟିଲା ବୋଲି ଖବର ପାଇଥିଲେ। ବାଇକ ଯୋଗେ ରାତିରେ ଗାଁକୁ ଫେରିଥିଲେ। ବଡ଼ ପୁଅ ହୋଇଥିଲେ ମଧ୍ୟ ପୋଲିସ କର୍ତ୍ତବ୍ୟର ବୋଝ ତାଙ୍କୁ ମୁଖାଗ୍ନି ଦେବାକୁ ଅଟକାଇଥିଲା। ମୁଖାଗ୍ନି ଦେଇଥିଲେ ଅନେକ ସାମାଜିକ କଟକଣା ଭିତରେ ତାଙ୍କୁ ଚଳିବାକୁ ପଡ଼ିଥାନ୍ତା। ରାଜ୍ୟରେ କରୋନା ସ୍ଥିତି ଲାଗି ରହିଥିବାରୁ ଏହି ସାମାଜିକ କଟକଣାକୁ ସାମ୍ନା କରିବା ଅସହଜ ବୋଲି ନାରାୟଣ କହିଥିଲେ। ଫଳରେ ତାଙ୍କ ସାନଭାଇ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସରିବା ବେଳକୁ ରାତି ୩.୩୦। ସକାଳ ୬ଟାରେ ନାରାୟଣଙ୍କୁ ସତୀଚଉରା ଛକରେ ଡ୍ୟୁଟିରେ କରିବାକୁ ନିର୍ଦ୍ଦେଶ ଥିଲା। ଏଣୁ ଶେଷକୃତ୍ୟ ସରିବା ମାତ୍ରେ ସେ କଟକ ଫେରି ଆସି କାର୍ଯ୍ୟରେ ଯୋଗ ଦେଇଥିଲେ। ମା’ଙ୍କ ମୃତ୍ୟୁକୁ ୭ ଦିନ ବିତିଲାଣି। ଏବେ ଖାଇବା ପିଇବାରେ ଅନେକ ଅସୁବିଧା ହେଉଛି ବୋଲି ନାରାୟଣ କହିଛନ୍ତି। ସେ ଆହୁରି କହଛନ୍ତି ଯେ, ଆଗେ ରାଜ ସେବା, ପଛେ ପିତୃ ସେବା। ରାଜ ମାନେ ରାଜ୍ୟ । ରାଜ୍ୟରେ ସ୍ଥିତି ଏବେ ଭଲ ନାହିଁ। ପୋଲିସ ମୁଣ୍ଡରେ ଅଧିକ ବୋଝ । ଏଭଳି ସ୍ଥିତିରେ ଘରେ ଚୁପଚାପ ବସି ପାରି ନ ଥାନ୍ତି । ଓଡ଼ିଶା ତଥା ଏହି ଜନ୍ମମାଟି ମଧ୍ୟ ମୋ ମା’। ଜନ୍ମଦାତ୍ରୀଙ୍କୁ ସିନା ଶେଷ ସମୟରେ ଦେଖି ପାରିଲିନି, ହେଲେ ଯାହା ଛାତିରେ ଛିଡ଼ା ହୋଇଛି ତାକୁ ମରଣ ମୁହଁକୁ ଠେଲି ପାରିବିନି। ଏବେ ଯାହା ସମସ୍ୟା ହେଉଛି, ସେସବୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ। ମା’ଙ୍କ ଦଶାହ ଓ ଏକାଦଶାହ କର୍ମରେ ଯୋଗଦେବେ ବୋଲି ନାରାୟଣ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri