କରୋନା ମାଡ଼: ଖାତାଦେଖା, ପରୀକ୍ଷା, ନୂଆ ନାମଲେଖା ପାଇଁ ଚାପରେ ସରକାର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଲକ୍‌ଡାଉନ ଦେଶର ବିଭିନ୍ନ କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପକାଇଛି। ସମାନଭାବେ ଶିକ୍ଷା କ୍ଷେତ୍ର ଉପରେ ଏହା ବିଶେଷ ପ୍ରଭାବ ପକାଇଥିବା ଯୋଗୁ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ପାଠପଢ଼ା ବର୍ତ୍ତମାନ ଦିଗହରା ହୋଇଛି। ଏବେ ସୁଦ୍ଧା ବିଭିନ୍ନ ଶ୍ରେଣୀର ପରୀକ୍ଷାଫଳ ବାହାରି ପିଲାମାନଙ୍କ ନୂଆ ଶ୍ରେଣୀରେ ନାମଲେଖା ଶେଷ ହେବା କଥା। କିନ୍ତୁ ଏହା ସମ୍ଭବ ହୋଇ ନ ଥିବାବେଳେ ଯୁକ୍ତ ୨ଠାରୁ ଆରମ୍ଭକରି ଯୁକ୍ତ ୩ ଏବଂ ପିଜି ପିଲାମାନଙ୍କ ପରୀକ୍ଷା ଏ ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ଆସନ୍ତା ମଙ୍ଗଳବାର ଦ୍ୱିତୀୟ କୁଳପତିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ସମସ୍ତ ପରୀକ୍ଷା ପ୍ରସ୍ତୁତି ଏବଂ ଜୁନ୍‌ ୧୭ରେ କଲେଜ ଖୋଲିବାକୁ ଥିବାବେଳେ ଏଥିଲାଗି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବ। ଗତ ୬ ତାରିଖରେ କୁଳପତିମାନଙ୍କ ସହ ଏକ ବୈଠକ କରାଯାଇ ବାକିଥିବା ସବୁ ପରୀକ୍ଷା ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ଉକ୍ତ ନିଷ୍ପତ୍ତି ଅନୁଯାୟୀ, ଯୁକ୍ତ ୩ ମହାବିଦ୍ୟାଳୟ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ୬ଷ୍ଠ ଏବଂ ୪ର୍ଥ ସେମିଷ୍ଟର ପରୀକ୍ଷା ଓ ଏହାର ଫଳ ପ୍ରକାଶ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଦୀର୍ଘଦିନ ଧରି କଲେଜ ବନ୍ଦ ରହିବା ପରେ ଏତେବଡ଼ ଦାୟିତ୍ୱ ତୁଲାଇବା କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବିଭିନ୍ନ ମହଲରେ ଆଲୋଚନା ଚାଲିଛି।
ବୈଠକକରି ନିଷ୍ପତ୍ତି ନେବା ଏବଂ ଏହାକୁ ବାସ୍ତବ କ୍ଷେତ୍ରରେ ଲାଗୁ କରିବା କୁଳପତିମାନଙ୍କ ଲାଗି ଏକ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପଟେ ଏ ପର୍ଯ୍ୟନ୍ତ ଯୁକ୍ତ୨ ପରୀକ୍ଷା ଶେଷ ହୋଇ ନ ଥିବାବେଳେ ଏହାକୁ ଚୂଡ଼ାନ୍ତ କରିବା ଏବଂ ଫଳ ପ୍ରକାଶ କରି ସେମାନଙ୍କୁ ଯୁକ୍ତ ୩ଶ୍ରେଣୀରେ ନାମ ଲେଖାଇବା ଆହୁରି ଏକ ବିରାଟ ସମସ୍ୟା ବୋଲି ଅଧିକାଂଶ କଲେଜ କର୍ତ୍ତୃପକ୍ଷ ଏବେଠାରୁ ମନେକଲେଣି। ଏହାକୁ କିଭଳି ଦାୟିତ୍ୱ ସହକାରେ ତୁଲାଇବେ ଏବଂ ଛାତ୍ରୀଛାତ୍ରମାନଙ୍କୁ ଏଥିଲାଗି ଯେପରି କୌଣସି ଅସୁବିଧା ନ ହେବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯୁକ୍ତ ୩ର ସମସ୍ତ ପରୀକ୍ଷା ଶେଷ କରିବାର ପ୍ରସ୍ତୁତି କେତେ ମାତ୍ରାରେ ହେଲାଣି ତାକୁ ନେଇ ମଙ୍ଗଳବାର ଆଲୋଚନା ହେବ।
ବୈଠକରେ କୁଳପତିମାନେ ଗତଥରର ନିଷ୍ପତ୍ତି ଅନୁଯାୟୀ କେତେମାତ୍ରାରେ ପରୀକ୍ଷା ଲାଗି ପ୍ରସ୍ତୁତି କଲେଣି ଏବଂ ଆଗକୁ ପିଲାମାନେ ଫେରିଲେ ହଷ୍ଟେଲ ସୁବିଧା କ’ଣ କରିଛନ୍ତି ସେନେଇ ଆଲୋଚନା ହେବ ବୋଲି ଜଣାପଡିଛି। ଅନ୍ୟପଟେ ପରୀକ୍ଷା ଶେଷକରି ଫଳ ବାହାରିବା ଲାଗି କେତେମାତ୍ରାରେ ପ୍ରସ୍ତୁତି କରାଯାଇଛି ଓ ନୂଆକରି ନାମଲେଖାଇବାକୁ ଥିବା ଛାତ୍ରୀଛାତ୍ରମାନଙ୍କ ପାଇଁ ଏବେଠାରୁ ବ୍ୟବସ୍ଥା କରାଗଲା କି ନାହିଁ ସେନେଇ ମଧ୍ୟ ଆଲୋଚନା ହେବ।
ସେହିପରି ବାକି ରହିଯାଇଥିବା ଯୁକ୍ତ ୨ ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ। ଏହାର ତାରିଖ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ା ପୂର୍ବରୁ ଯେଉଁ ବିଷୟରେ ପରୀକ୍ଷା ଶେଷ ହୋଇଯାଇଛି, ସେସବୁ ଖାତାଦେଖା ଜୁନ୍‌ରେ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଥିଲେ ା ହେଲେ ଏ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଏବଂ ଖାତାଦେଖା ନେଇ ସରକାର ସେପରି କୌଣସି ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ କରିନାହାନ୍ତି। ମାଟ୍ରିକ ଖାତାଦେଖା ଆରମ୍ଭ ହେବାପରେ ଯୁକ୍ତ୨ ପରୀକ୍ଷା ଉପରେ ଆଲୋଚନା ହେବ ବୋଲି ମନ୍ତ୍ରୀ ଦାଶ ସୂଚନା ଦେଇଛନ୍ତି। କିନ୍ତୁ ଯୁକ୍ତ ୨ ପରୀକ୍ଷା କରାଯିବା ଏବଂ ଶେଷ ହୋଇଥିବା ବିଷୟର ଖାତା ମୂଲ୍ୟାୟନ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଅଧିକାଂଶ ପରୀକ୍ଷା କେନ୍ଦ୍ର(ପ୍ରାୟ ୫୦୦) କ୍ୱାରାଣ୍ଟାଇନ ସେଣ୍ଟର କରାଯାଇଥିବା ବେଳେ ଏହା ଏକ ବଡ଼ ସମସ୍ୟା ହୋଇ ରହିଛି। ତେଣୁ ପ୍ରାଥମିକ ସ୍ତରରେ ଯୁକ୍ତ ୨ ପରୀକ୍ଷା ହେବା ନେଇ ଆଲୋଚନା ହୋଇଛି। ଏହାକୁ ଶେଷ କରିବା ନେଇ ମଧ୍ୟ ସେପରି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ମାଟ୍ରିକ ଖାତା ମୂଲ୍ୟାୟନ ତାରିଖକୁ ମଧ୍ୟ ରାଜ୍ୟ ସରକାର ୩ଥର ପରିବର୍ତ୍ତନ କରି ଆସନ୍ତା ମଙ୍ଗଳବାରଠାରୁ ମୂଲ୍ୟାୟନ ହେବ ବୋଲି ଚୂଡ଼ାନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ଶାହରୁଖ ଖାନ ଜଣେ ବିଶ୍ୱାସଘାତକ: ଭାଜପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ,୧।୧: ଉତ୍ତର ପ୍ରଦେଶର ମିରଟରେ ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ସଙ୍ଗୀତ ସୋମ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri