କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସନସାଇନ୍‌ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

ନିଆଳି,୬।୫(ଡି.ଏନ୍‌.ଏ.): କଟକ ନିଆଳି ବ୍ଲକ ଦେବୀକନ୍ଦଳ ଦ୍ୱୀପାଞ୍ଚଳର ଅଳତଳଙ୍ଗ ଗାଁରେ  ସନସାଇନ୍‌ ୟୁଥ୍‌ କ୍ଲବ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସନସାଇନ୍‌ କ୍ଲବ ପକ୍ଷରୁ ଗାଁରେ ସଫେଇ କରାଯିବା ସହ ବିଶୋଧନ ସିଞ୍ଚନ ଓ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଏକ ଟ୍ୟାଙ୍କରରେ ବିଶୋଧନ ସାମଗ୍ରୀ ନେଇ ବିଭିନ୍ନ ସାହି, ଛକ, ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଓ ରାସ୍ତାକୁ ସିଞ୍ଚନ କରାଯାଇଥିଲା। ଏହାପରେ ‘ଆମ ଗାଁ, ଆମ କଥା’ର ସଭାପତି ଅବିନାଶ ଦାସ ଓ କୋଷାଧ୍ୟକ୍ଷ ସନ୍ତୋଷ ଦାସଙ୍କ ଦ୍ୱାରା ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।