କରୋନା ମଲ୍‌

ବାରାଣସୀ: ପିଲାଙ୍କ ଲାଗି ଫ୍ୟାନି୍ସ କଲର ମାସ୍କ, ବିଭିନ୍ନ ଡିଜାଇନ୍‌ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ସାବୁନ, ଗାମୁଛା ଓ ଭିନ୍ନ ଧରଣର ଫେସ୍‌ କଭର ଆଦି ସମସ୍ତ କରୋନା ସମ୍ପର୍କିତ ଜିନିଷ ଗୋଟିଏ ଛାତ ତଳେ ମିଳୁଛି। ଏଠାକୁ ଲୋକଙ୍କ ଲମ୍ବାଲାଇନ ମଧ୍ୟ ଲାଗିଛି। ପ୍ରାଣଘାତୀ କରୋନାର ପ୍ରକୋପ ବଢ଼ି ବଢ଼ି ଚାଲିଥିବା ବେଳେ ଏହାର ପ୍ରକୋପରୁ ନିଜକୁ ରକ୍ଷାକରିବା ଲାଗି ଏହି ମଲ୍‌କୁ ସମସ୍ତେ ଛୁଟି ଆସୁଛନ୍ତି। ଏହି ମଲ୍‌ର ନାମ ରହିଛି କରୋନା ମଲ୍‌। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ତଥା ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ ସିଗ୍ରା ଅଞ୍ଚଳରେ ରହିଛି। ମଲ୍‌ର ୟୁନିକ୍‌ ନାମକୁ ନେଇ ଲୋକଙ୍କ ମଧ୍ୟରେ ଯେତିକି ଚର୍ଚ୍ଚା, ତା’ଠାରୁ ବ୍ୟବସାୟ ଯଥେଷ୍ଟ ଅଧିକ ରହିଛି। ଛୋଟ ମଲ୍‌ ଥିବାରୁ ଏହି ଦୋକାନର ନାମକରଣ ଏଥିଲାଗି ଆମେ କରୋନା ମଲ୍‌ ରଖିଛୁ ବୋଲି କହିଛନ୍ତି ମଲ୍‌ ମାଲିକ।
କରୋନା ମଲ୍‌ ମାଲିକ ଅଶୋକ ସିଂ କୁହନ୍ତି, କରୋନାକୁ ନେଇ ଲୋକମାନେ ଭୟଭୀତ ଥିବାବେଳେ ସଂକ୍ରମଣ ରୋକିବା ଲାଗି ଆବଶ୍ୟକ ସମସ୍ତ ଉପକରଣ କରୋନା ମଲ୍‌ରେ ରଖାଯାଇଛି। ମାସ୍କ, ସାବୁନ, ହ୍ୟାଣ୍ଡ ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ଭଲ ବିକ୍ରି ହେଉଥିବା ସେ ପ୍ରକାଶ କରିଛନ୍ତି। କରୋନା ରୋକିବାକୁ ସମସ୍ତ ଆବଶ୍ୟକ ଜିନିଷ ଏଠାରେ ଉପଲବ୍ଧ। ଏଥିସହ ଟନେଲ ମେଶିନ, ଅଟୋମେଟିକ ସାନିଟାଇଜର ମେଶିନ, ଥର୍ମାଲ ସ୍କାନର ଭଳି ହାଇଟେକ୍‌ ମେଶିନ ମଧ୍ୟ ଏଠାରେ ଉପଲବ୍ଧ। ଜାଲ୍‌ ଜିନିଷ ଏଠାରେ ଜମା ମିଳେନା, ତେଣୁ ଲୋକମାନେ ମଲ୍‌ ଗହଳି ଥିଲେ ବି ଭୟ ନ କରି ଏଠାକୁ ଛୁଟିଆସନ୍ତି ବୋଲି ସିଂ କହିଛନ୍ତି। ସପ୍ତାହକ ମଧ୍ୟରେ ଏହି ମଲ୍‌ ବେଶ୍‌ ନାମ କରିପାରିଛି ବୋଲି ବାରାଣସୀର ଜଣେ ଗ୍ରାହକ ପ୍ରକାଶ କରିଛନ୍ତି। ଭଲ ଭଲ ବ୍ରାଣ୍ଡେଡ୍‌ ଜିନିଷ ଗୋଟିଏ ଜାଗାରୁ ମିଳିଲେ, ଏଭଳି ସୁଯୋଗକୁ ହାତଛଡ଼ା ବା କିଏ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri